ସ୍ମାର୍ଟ ଫୋନ ଶୋଇବା ବେଳେ ବିଛଣାରେ ରଖିବା କ୍ଷତିକାରକ

(ପ୍ରିୟଦର୍ଶନୀ ସ୍ୱାଇଁ/ ରିପୋଟର୍ସ ଟୁଡ଼େ) ଭୁବନେଶ୍ୱର : ଆଜିକାଲି ସ୍ମାର୍ଟ ଯୁଗ ସାଙ୍ଗକୁ ବିଭିନ୍ନ ସ୍ମାର୍ଟ ଯନ୍ତ୍ରପାତି ଆମର ଅତ୍ୟାବଶ୍ୟକୀୟ ଅଭ୍ୟାସରେ ପରିଣତ ହୋଇଗଲାଣି । ଯେପରିକି ବାଇକ , ସ୍ମାର୍ଟଫୋନ୍ ଇତ୍ୟାଦି । ସ୍ମାର୍ଟଫୋନ୍ ଆମ ଜୀବନର ଏକ ଅଙ୍ଗ ପାଲଟିଗଲାଣି । ବାଥରୁମ ଗଲେ ବି ଲୋକେ ଫୋନ୍ ନେବାକୁ ପଛଉନାହାନ୍ତି। ଅନ୍ୟ ସବୁ ସମୟରେ ଫୋନ୍ ପାଖରେ ରଖିବା ଭିନ୍ନ କଥା। ମାତ୍ର ଆପଣ ଶୋଇବା ବେଳେ ବିଛଣା ଉପରେ ସ୍ମାର୍ଟଫୋନ୍ ପାଖରେ ରଖୁଛନ୍ତି ଯଦି ତେବେ ଏହି ଅଭ୍ୟାସକୁ ତୁରନ୍ତ ଛାଡନ୍ତୁ । ନହେଲେ ଏହା ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ ।
• ସ୍ମାର୍ଟଫୋନଗୁଡ଼ିକରୁ ବାହାରୁ ଥିବା ନୀଳ ଲାଇଟ୍ ତାହା ଦୃଷ୍ଟି ଶକ୍ତିକୁ ପ୍ରଭାବିତ କରିବା ସହ ଫୋନ୍ ପାଖରେ ରଖି ଶୋଇଲେ ବି ତାହାର ପ୍ରଭାବ ଦୃଷ୍ଟି ଶକ୍ତି ଉପରେ ପଡ଼ିଥାଏ।
• ଦୃଷ୍ଟିଶକ୍ତି ବ୍ୟତୀତ ସ୍ମାର୍ଟଫୋନରୁ ବାହାରୁଥିବା କମ୍ପନ ମସ୍ତିଷ୍କ ପାଇଁ କ୍ଷତି ହୋଇଥାଏ। ଏହା ମାନସିକ ରୋଗର କାରଣ ହେବା ସହ ମସ୍ତିଷ୍କ ସହ ଜଡ଼ିତ ଅନେକ ଛୋଟ ବଡ଼ ରୋଗର କାରଣ ବନିଥାଏ।
• କେବଳ ସ୍ମାର୍ଟଫୋନ୍ ନୁହେଁ, ଲାପଟପ୍, ଟ୍ୟାବ୍, ଏଲଇଡି ଆଦି ଯେକୌଣସି ଡିଭାଇସରୁ ବାହାରୁଥିବା ବିକିରଣ ନିଦ୍ରାହୀନତାର ବି କାରଣ ହୋଇଥାଏ। ସ୍ମରଣ ଶକ୍ତି ଉପରେ ସ୍ମାର୍ଟଫୋନ୍ କୁପ୍ରଭାବ ପକାଇଥାଏ ।
ପାଖରେ ଫୋନ ରଖି ଶୋଇଲେ ଏସବୁ ସମସ୍ୟା ଘାରି ଥାଏ। ଚେଷ୍ଟା କରନ୍ତୁ ଶୋଇଥିବା ବେଳେ ନିଜର ସ୍ମାର୍ଟଫୋନେକୁ ନିଜଠାରୁ ଦୂରେଇ ରଖିବାକୁ ।