ପକ୍ଷରୁ ଶିଶୁ ଦିବସ ଅବସରରେ ଜିଲ୍ଲା ସ୍ତରୀୟ ‘କୋଟିଏ ହସ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ବି ସୀତା ପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ କୋଟିଏ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ  ଗୋଶାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ଦେବୀ, ଗୋଶାଣୀ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନମିତା ମହାରଣା, ରାୟଗଡ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବି.କମଳାଙ୍ଗୀ  ପ୍ରମୁଖ ଉପସ୍ଥିତ ଥିଲେ। ୦-୩ ବର୍ଷ ବୟସର ଶିଶୁମାନଙ୍କ ପିତାମାନଙ୍କ  ହାତ ତିଆରି ଶିକ୍ଷଣ ସାମଗ୍ରୀର ପ୍ରତିଯୋଗିତା ହୋଇ ଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସେହିପରି ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଗଳ୍ପ କଥନ ଏବଂ ଅଭିନୟ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଶିଶୁ ପ୍ରତିଯୋଗୀ ମାନଙ୍କୁ  ପୁରସ୍କାର ପ୍ରଦାନ କରାଯାଇ ଥିଲା।ଶିଶୁମାନଙ୍କ ସାମଗ୍ରିକ ବିକାଶ, ପୋଷଣ, ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷାରେ ପିତାମାତାଙ୍କ ସକ୍ରିୟ ଭାଗୀଦାରିକୁ ଗୁରୁତ୍ୱ ଦେବା ସହ ସମସ୍ତ ଶିଶୁ ମୁହଁ ରେ କୋଟିଏ ହସ ରହିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଜିଲ୍ଲା ପ୍ରଯୋଜକ, ପୋଷଣ, ଉପଖଣ୍ଡ ପ୍ରୋଗ୍ରାମ ଅଧିକାରୀ, ବିଭିନ୍ନ ବ୍ଲକ ରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମଣ୍ଡଳ ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ, ପ୍ରାକ୍ ବିଦ୍ୟାଳୟ ଶିଶୁ, ଅଭିଭାବକ, AMC ସଭ୍ୟା ସମସ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।