ନୂଆଦିଲ୍ଲୀ ଏସ୍ସିଓ ସମ୍ମିଳନୀକୁ ପାକିସ୍ତାନକୁ ନିମନ୍ତ୍ରଣ

ଅପରେସନ ସିନ୍ଦୂର ପରେ ପ୍ରଥମଥର ନୂଆଦିଲ୍ଲୀ ଏସ୍ସିଓ ସମ୍ମିଳନୀ ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ।ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ସୃଷ୍ଟି ହୋଇଥିବା ତିକ୍ତତା ପରେ ପ୍ରଥମଥର ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କରିଛି ଭାରତ।

Around 30 countries and organisations to take part in SCO Summit | TV  BRICS, 17.07.25

ଦିଲ୍ଲୀରେ ଅନୁଷ୍ଠିତ ସଂଘାଇ କର୍ପୋରେସନ ଅର୍ଗାନାଇଜେସନ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ପକ୍ଷରୁ ପାକିସ୍ତାନକୁ କରାଯାଇଛି ନିମନ୍ତ୍ରଣ। ନୂଆଦିଲ୍ଲୀରେ ପ୍ରଥମଥର ପାଇଁ ଏସ୍ସିଓ ସିଭିଲାଇଜେସନ ଡାଏଲଗ ଫରୋମ ଅନୁଷ୍ଠିତ ହେଉଛି। ଏଥିପାଇଁ ଆୟୋଜକ ଦେଶ ଭାବେ ଭାରତ ଏସ୍ସିଓର ସମସ୍ତ ୧୦ ସଦସ୍ୟ ରାଷ୍ଟ୍ରର ସଦସ୍ୟଙ୍କ ପାଖକୁ ନିମନ୍ତ୍ରଣ ପଠାଯାଇଛି। ଏହା ମଧ୍ୟରୁ ଗୋଟିଏ ପାକିସ୍ତାନର ଜାତୀୟ ଐତିହ୍ୟ ଓ ସଂସ୍କୃତି ମନ୍ତ୍ରୀ ଔରଙ୍ଗଜେବ ଖାନ ଖିଚିଙ୍କୁ ମଧ୍ୟ ଦିଆଯାଇଛି।

Water must never be weaponised, says Pakistan PM at SCO summit

ଭାରତ ଓ ପାକିସ୍ତାନ ମଧ୍ୟରେ ଅପରେସନ ସିନ୍ଦୂରକୁ ନେଇ ସାମରିକ ବିବାଦ ୨୦୨୫ରେ ଦେଖିବାକୁ ମିଳିଥିଲା। ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ରହିଛି। ତଥାପି ପ୍ରୋଟବଲ ଅନୁସାରେ ପ୍ରଥମଥର ପାଇଁ ଭାରତ ପକ୍ଷରୁ ଜଣେ ବରିଷ୍ଠ ପାକିସ୍ତାନୀ ମନ୍ତ୍ରୀଙ୍କୁ ନୂଆଦିଲ୍ଲୀକୁ ନିମନ୍ତ୍ରଣ କରାଯାଇଛି।

In a first since 2023, India invites Pakistan to SCO meet

ତେବେ ୨୦୨୩ରେ ପାକିସ୍ତାନର ତତ୍କାଳୀନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଭାରତ ଗସ୍ତରେ ଆସି ଗୋଆରେ ଆୟୋଜିତ ଏସ୍ସିଓ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହା ପରଠାରୁ କୌଣସି ପାକିସ୍ତାନୀ ମନ୍ତ୍ରୀ ଭାରତ ଆସି ନାହାନ୍ତି।

Pakistan extends formal invitation to PM Modi for SCO Summit in Islamabad -  Jammu Kashmir Now | The facts and information about J&K