ଦୀପାବଳି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ପୁଣି ୩% ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ମହଙ୍ଗା ଭତ୍ତା ବା ଡିଏ ୩% ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଉପରେ ଆଜି କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ଏହାପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବଢ଼ିଥିଲା। ଦେଶରେ ଦେଖାଯାଇଥିବା ମହାଙ୍ଗା ମାଡ଼ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ଷକ ମଧ୍ୟରେ ୨ଥର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।

କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କ ମୂଳ ଦରମାରେ ଅଧିକ ୨% ଟଙ୍କା ମହଙ୍ଗା ଭତ୍ତା ଆକାରରେ ପାଇବେ। ପୂର୍ବରୁ ସେମାନଙ୍କୁ ୫୮% ଡିଏ ମିଳୁଥିଲା। ଏହା ଏପ୍ରିଲରେ ୬୦% ଓ ଏବେ ୬୩% ହୋଇଯାଇଛି। ଏହି ବର୍ଦ୍ଧିତ ଦର ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ। ସରକାରଙ୍କୁ ଏଥିପାଇଁ ବାର୍ଷିକ ଅଧିକ ୧୦,୦୧୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
