ଭୁବନେଶ୍ୱର: ଆସୁଥିବା ବାତ୍ୟା ‘ଅର୍ଣ୍ଣବ’ (Arnab) କୁ ଦୃଷ୍ଟିରେ ରଖି, ବିଶାଖାପାଟଣା, ସିକନ୍ଦରାବାଦ, କିରଣ୍ଡୁଲ, ଜଗଦଲପୁର, ରାଉରକେଲା, ସମ୍ବଲପୁର, ରାୟଗଡ଼ା, ହାୱଡ଼ା, ଭୁବନେଶ୍ୱର ଏବଂ କୋରାପୁଟକୁ ସଂଯୋଗ କରୁଥିବା ୨୨ଟି ଏକ୍ସପ୍ରେସ ଓ ଯାତ୍ରୀବାହୀ ଟ୍ରେନ୍ ସେବା, ୨୦୨୬ ମସିହା ଅକ୍ଟୋବର ୨୭ ରୁ ନଭେମ୍ବର ୫ ମଧ୍ୟରେ ବିଭିନ୍ନ ତାରିଖରେ ବାତିଲ କିମ୍ବା ନିୟନ୍ତ୍ରିତ (regulated) ରହିବ। ଏହାର ବିସ୍ତୃତ ବିବରଣୀ ନିମ୍ନରେ ଦିଆଯାଇଛି।
- ବାତିଲ୍ ଟ୍ରେନ୍ ଗୁଡ଼ିକ
- ଟ୍ରେନ୍ ନଂ ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ୍ ଏକ୍ସପ୍ରେସ: ଅକ୍ଟୋବର ୨୯ ରୁ ନଭେମ୍ବର ୪ ପର୍ଯ୍ୟନ୍ତ।
- ଟ୍ରେନ୍ ନଂ ୧୮୫୧୬ କିରଣ୍ଡୁଲ୍–ବିଶାଖାପାଟଣା ଏକ୍ସପ୍ରେସ: ଅକ୍ଟୋବର ୨୯ ରୁ ନଭେମ୍ବର ୪ ପର୍ଯ୍ୟନ୍ତ।
- ଟ୍ରେନ୍ ନଂ ୧୮୧୦୭ ରାଉରକେଲା–ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସ: ଅକ୍ଟୋବର ୨୯ ରୁ ନଭେମ୍ବର ୪ ପର୍ଯ୍ୟନ୍ତ।
- ଟ୍ରେନ୍ ନଂ ୧୮୧୦୮ ଜଗଦଲପୁର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ: ଅକ୍ଟୋବର ୩୦ ରୁ ନଭେମ୍ବର ୫ ପର୍ଯ୍ୟନ୍ତ।
- ଟ୍ରେନ୍ ନଂ ୧୮୦୦୫ ହାୱଡ଼ା–ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ: ଅକ୍ଟୋବର ୨୭ ରୁ ୩୦ ପର୍ଯ୍ୟନ୍ତ।
- ଟ୍ରେନ୍ ନଂ ୧୮୦୦୬ ଜଗଦଲପୁର–ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ: ଅକ୍ଟୋବର ୨୮ ରୁ ୩୧ ପର୍ଯ୍ୟନ୍ତ।
- ଟ୍ରେନ୍ ନଂ ୫୮୫୩୮ ବିଶାଖାପାଟଣା–କୋରାପୁଟ ପାସେଞ୍ଜର: ଅକ୍ଟୋବର ୨୭ ରୁ ୩୦ ପର୍ଯ୍ୟନ୍ତ।
- ଟ୍ରେନ୍ ନଂ ୫୮୫୩୭ କୋରାପୁଟ–ବିଶାଖାପାଟଣା ପାସେଞ୍ଜର: ଅକ୍ଟୋବର ୨୮ ରୁ ୩୧ ପର୍ଯ୍ୟନ୍ତ।
- ଟ୍ରେନ୍ ନଂ ୧୮୫୧୨ ବିଶାଖାପାଟଣା–କୋରାପୁଟ ଏକ୍ସପ୍ରେସ: ଅକ୍ଟୋବର ୩୦ ତାରିଖରେ।
- ଟ୍ରେନ୍ ନଂ ୧୮୫୧୧ କୋରାପୁଟ–ବିଶାଖାପାଟଣା ଏକ୍ସପ୍ରେସ: ଅକ୍ଟୋବର ୩୧ ତାରିଖରେ।
- ଟ୍ରେନ୍ ନଂ ୫୮୫୦୧ ବିଶାଖାପାଟଣା–କିରଣ୍ଡୁଲ୍ ପାସେଞ୍ଜର: ଅକ୍ଟୋବର ୨୭ ରୁ ୩୦ ପର୍ଯ୍ୟନ୍ତ।
- ଟ୍ରେନ୍ ନଂ ୫୮୫୦୨ କିରଣ୍ଡୁଲ୍–ବିଶାଖାପାଟଣା ପାସେଞ୍ଜର: ଅକ୍ଟୋବର ୨୭ ରୁ ୩୦ ପର୍ଯ୍ୟନ୍ତ।
- ଟ୍ରେନ୍ ନଂ ୧୨୭୦୪ ସିକନ୍ଦରାବାଦ-ହାୱଡ଼ା ଫଲକନୁମା ଏକ୍ସପ୍ରେସ: ଅକ୍ଟୋବର ୨୭ ତାରିଖରେ।
- ଟ୍ରେନ୍ ନଂ ୧୨୭୦୩ ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ: ଅକ୍ଟୋବର ୨୯ ତାରିଖରେ।
- ଟ୍ରେନ୍ ନଂ ୧୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ନୂଆ ବିଶାଖା ଏକ୍ସପ୍ରେସ: ଅକ୍ଟୋବର ୨୭ ତାରିଖରେ।
- ଟ୍ରେନ୍ ନଂ ୧୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ: ଅକ୍ଟୋବର ୨୯ ତାରିଖରେ
- ଟ୍ରେନ୍ ନଂ ୨୦୮୧୦ ନାନ୍ଦେଡ଼-ସମ୍ବଲପୁର ନାଗାବଳୀ ସୁପରଫାଷ୍ଟ ଏକ୍ସପ୍ରେସ: ଅକ୍ଟୋବର ୨୭ ତାରିଖରେ
- ଟ୍ରେନ୍ ନଂ ୨୦୮୦୯ ସମ୍ବଲପୁର-ନାନ୍ଦେଡ଼ ନାଗାବଳୀ ସୁପରଫାଷ୍ଟ ଏକ୍ସପ୍ରେସ: ଅକ୍ଟୋବର ୩୦ ତାରିଖରେ
- ଟ୍ରେନ୍ ନଂ ୨୨୮୮୨ ଭୁବନେଶ୍ୱର-ପୁଣେ ସୁପରଫାଷ୍ଟ ଏକ୍ସପ୍ରେସ: ଅକ୍ଟୋବର ୨୭ ତାରିଖରେ
- ଟ୍ରେନ୍ ନଂ ୨୨୮୮୧ ପୁଣେ-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ: ଅକ୍ଟୋବର ୨୯ ତାରିଖରେ
- ଟ୍ରେନ୍ ନଂ ୧୭୨୪୪ ରାୟଗଡ଼ା-ଗୁଣ୍ଟୁର ଏକ୍ସପ୍ରେସ: ଅକ୍ଟୋବର ୨୮ ତାରିଖରେ
- ଟ୍ରେନ୍ ନଂ ୧୭୨୪୩ ଗୁଣ୍ଟୁର-ରାୟଗଡ଼ା ଏକ୍ସପ୍ରେସ: ଅକ୍ଟୋବର ୨୭ ତାରିଖରେ

ଯାତ୍ରା ପଥ ସଂକ୍ଷିପ୍ତକରଣ / ଯାତ୍ରା ଆରମ୍ଭ ସ୍ଥାନରେ ପରିବର୍ତ୍ତନ
ଟ୍ରେନ୍ ନଂ ୧୮୪୪୭ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ: ଅକ୍ଟୋବର ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ରାୟଗଡ଼ା ଠାରେ ନିଜର ଯାତ୍ରା ଶେଷ କରିବ (ଅର୍ଥାତ୍ ଜଗଦଲପୁର ଯିବ ନାହିଁ)।
ଟ୍ରେନ୍ ନଂ ୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ: ଅକ୍ଟୋବର ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ ରାୟଗଡ଼ା ଠାରୁ ଯାତ୍ରା ଆରମ୍ଭ କରିବ।
ଯାତ୍ରୀମାନଙ୍କୁ ଅନୁରୋଧ ଯେ, ନିଜର ଯାତ୍ରା ଯୋଜନା କରିବା ସମୟରେ ଏହି ପରିବର୍ତ୍ତନଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ। ଟ୍ରେନ୍ ସମ୍ବନ୍ଧୀୟ ସର୍ବଶେଷ ସୂଚନା ପାଇବା ପାଇଁ, ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତ୍ରୀମାନେ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରି ସିଷ୍ଟମ୍’ (NTES) କିମ୍ବା ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।