ଆଇଏଏସ୍ ସ୍ତରରେ ଅଦଳବଦଳ: ରାଜ୍ୟରେ ଏକାଧିକ ବରିଷ୍ଠ ଅଧିକାରୀଙ୍କୁ ନୂତନ ଦାୟିତ୍ୱ

ଓଡ଼ିଶା ସରକାର ସୋମବାର ଦିନ ୮ ଜଣ ଆଇଏଏସ୍ ଅଧିକାରୀଙ୍କ ନୂତନ ନିଯୁକ୍ତି ଏବଂ ଅତିରିକ୍ତ ଦାୟିତ୍ୱ ସହିତ ପୁନର୍ଗଠନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଡକ୍ଟର ପୋମା ଟୁଡୁ,ଏସଟି ଏବଂ ଏସସି ବିକାଶ, ମେଧାବୀ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ତଥା ଖାଦ୍ୟ ସୁରକ୍ଷା କମିଶନର ଏବଂ ଟିଡିସିସିଓଏଲ (TDCCOL) ର ଏମଡି ଥିବା ଡକ୍ଟର ପୋମା ଟୁଡୁଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ (Director, Agriculture & Food Production) ଭାବେ ନିଯୁକ୍ତି ଦିଆଯାଇଛି। ଏହା ସହିତ ସେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ (M.D., Odisha State Cashew Development Corporation Ltd.) ର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।

​ସଂଗ୍ରାମ କେଶରୀ ମହାପାତ୍ର, ବ୍ରହ୍ମପୁରର ଦକ୍ଷିଣାଞ୍ଚଳ ଆରଡିସି (RDC) ଦାୟିତ୍ୱରେ ଥିବା ଏବଂ ସମ୍ବଲପୁରର ଉତ୍ତରାଞ୍ଚଳ ଆରଡିସି ତଥା ୱଡକ (WODC) ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସମ୍ବଲପୁରର ଉତ୍ତରାଞ୍ଚଳ ଆରଡିସି (RDC, ND) ଭାବେ ବଦଳି କରାଯାଇଛି ଏବଂ ତାଙ୍କୁ WODC ର ଅଧ୍ୟକ୍ଷ (Chairman, I/c) ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଶୁଭମ ସକ୍ସେନା, ଆଇଏଏସ୍: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଥିବା ଶ୍ରୀ ଶୁଭମ ସକ୍ସେନାଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ର ଉପାଧ୍ୟକ୍ଷ (VC) ଭାବେ ଅବସ୍ଥାପିତ କରାଯାଇଛି।

​ଡକ୍ଟର ଗାଭାଲି ପରାଗ ହର୍ଷଦ, ଆଇଏଏସ୍: କେନ୍ଦ୍ରୀୟ ପ୍ରତିନିଧିତ୍ୱରୁ ଫେରିବା ପରେ ରାଜ୍ୟ ସରକାରଙ୍କ ପାଖରେ ଯୋଗଦେଇଥିବା ଡକ୍ଟର ଗାଭାଲି ପରାଗ ହର୍ଷଦଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)ର ପରିଚାଳନା ନିର୍ଦ୍ଦେଶକ (MD) ଭାବେ ଦାୟିତ୍ୱ ମିଳିଛି।

ବିଜୟ ଅମୃତା କୁଲାଙ୍ଗେ, ଆଇଏଏସ୍: ପ୍ରାଣୀସମ୍ପଦ ଏବଂ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ତଥା ଓମଫେଡ୍ (OMFED) ର ଏମଡି ଅତିରିକ୍ତ ଦାୟିତ୍ୱରେ ଥିବା ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କୁ ବ୍ରହ୍ମପୁରର ଦକ୍ଷିଣାଞ୍ଚଳ ଆରଡିସି (RDC, SD) ଭାବେ ନିଯୁକ୍ତି ଦିଆଯାଇଛି।

ଚକ୍ରବର୍ତ୍ତୀ ସିଂହ ରାଠୋର, ଆଇଏଏସ୍: ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ଥିବା ଶ୍ରୀ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ (Director, Horticulture) ଏବଂ ଓମଫେଡ୍ (OMFED) ର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ପ୍ରଣତି ଛୋଟରାୟ, ଆଇଏଏସ୍: ଗୃହ ବିଭାଗର ଅତିରିକ୍ତ ସଚିବ ଥିବା ଶ୍ରୀମତୀ ପ୍ରଣତି ଛୋଟରାୟଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି।

ସୁବ୍ରତ କୁମାର ପଣ୍ଡା, ଆଇଏଏସ୍: ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଥିବା ଶ୍ରୀ ସୁବ୍ରତ କୁମାର ପଣ୍ଡାଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଲିମିଟେଡ୍ (Odisha Agro Industries Corporation Ltd.) ର ପରିଚାଳନା ନିର୍ଦ୍ଦେଶକ (MD) ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।