ରାଜଧାନୀ ଦିଲ୍ଲୀରେ ବିରାଟ ବିକ୍ଷୋଭ ସମାବେଶ

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏକାଠି ହେବେ ୧୦ ଲକ୍ଷ ଲୋକ । ନଭେମ୍ବର ୧ରେ କଂଗ୍ରେସ ଓ ବିରୋଧୀ ଇଣ୍ଡିଆ ବ୍ଲକ ପକ୍ଷରୁ ଦେଶର ରାଜଧାନୀ ଦିଲ୍ଲୀରେ ହେବ ବିରାଟ ବିକ୍ଷୋଭ ସମାବେଶ। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ବ୍ଲକ ବ୍ୟାନରରେ ଏକାଠି ହେବେ ବିରୋଧୀ।

କଂଗ୍ରେସ ଏହି ସମୟରେ ନିର୍ବାଚନ ଅନିୟମିତତା ପ୍ରସଙ୍ଗ ଉଠାଇ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ଜୋରଦାର କରିବ। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ପାଇଁ ହେଉଥିବା ବିକ୍ଷୋଭ ସମାବେଶରେ ପ୍ରାୟ ୧୦ ଲକ୍ଷ ଲୋକ ଏକାଠି ହେବେ ବୋଲି ବିରୋଧୀ କଂଗ୍ରେସ ଆଶା ରଖିଛି। ବିଭିନ୍ନ ବର୍ଗର ଲୋକ ଏକାଠି ହୋଇ ଭୋଟ ଚୋରି ସମ୍ପର୍କରେ ମୁହଁ ଖୋଲିବେ ବୋଲି ଦଳ କହିଛି।

ହରିୟାଣା କଂଗ୍ରେସର ପ୍ରଭାରୀ ସଞ୍ଜୟ ଦତ୍ତ ଓ ଦଳର ରାଜ୍ୟ ସଭାପତି ରାଓ ନରେନ୍ଦ୍ର ସିଂହ କହିଛନ୍ତି ଯେ ଭୋଟର ତାଲିକାର ଅଖଣ୍ଡତା, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କ ମତଦାନ ଅଧିକାରକୁ ଅକ୍ଷୁଣ୍ଣ ରଖିବା ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧର ମୂଳ ଢାଞ୍ଚା। କଂଗ୍ରେସ କେବେ ବି ଏହି ସବୁ ପ୍ରସଙ୍ଗରେ ବୁଝାମଣା କରିପାରିବ ନାହିଁ।