ବ୍ରହ୍ମପୁର MKCG ମେଡିକାଲରେ ଗତ 12 ତାରିଖ ରେ ଜନ୍ମ ଗ୍ରହଣ କରିଥିବା ଯୋଡ଼ା ମୁଣ୍ଡ ବିଶିଷ୍ଟ ପୁତ୍ର ସନ୍ତାନ ର ମୃତ୍ୟୁ ଘଟିଛି। ଶିଶୁଟି ର ଦୁଇଟି ମୁଣ୍ଡ ଥିବା ବେଳେ ଶରୀର କିନ୍ତୁ ଗୋଟାଏ ଥିଲା । ଏପରିକି ଗୋଟିଏ ହାର୍ଟ , ଦୁଇଟି ହାତ , ଦୁଇଟି ଗୋଡ ରହିଥିଲା । ତେବେ ଗତ ଶନିବାର ଜଣେ ମହିଳାଙ୍କ ଠାରୁ ଏହି ଶିଶୁ ଜନ୍ମ ନେଇଥିଲା । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ତିଡ଼ିପଦର ଗ୍ରାମର ତ୍ରିଲୋଚନ ମାଝୀ ଙ୍କ ଥିଲା ପ୍ରଥମ ସନ୍ତାନ, ଆରମ୍ଭ ରୁ ହିଁ ସନ୍ତାନ ର ଅବସ୍ଥା ଗୁରୁତର ଥିଲା । ତଥାପି ଏକ ଡାକ୍ତରୀ ଦଳ ତାର ପରୀକ୍ଷା ନିରୀକ୍ଷା କରୁଥିଲେ । ଡାକ୍ତରୀ ସୂଚନା ଅନୁଯାୟୀ, ଏହି ଅବସ୍ଥାକୁ ‘କ୍ରାନିଓପାଗସ୍ ପାରାସିଟିକସ୍’ (Craniopagus parasiticus) ବୋଲି ଚିହ୍ନଟ କରାଯାଇଛି। ଏହା ଏକ ଅତ୍ୟନ୍ତ ବିରଳ ଜନ୍ମଗତ ଅବସ୍ଥା, ଯେଉଁଥିରେ ଶିଶୁର ମୁଣ୍ଡ ଅଞ୍ଚଳରେ ଅସାଧାରଣ ସଂଯୋଗ ଦେଖାଯାଏ।