ଜଟଣୀ ସ୍ଥିତ ଗଡ଼ ରଥିପୁର ଗ୍ରାମର ଶ୍ରୀଶ୍ରୀ ସାକ୍ଷୀଗୋପିନାଥ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଅଁଳା ନବମୀ ଓ ଶ୍ରୀ ରାଧାପାଦ ଦର୍ଶନ କାର୍ଯ୍ୟକ୍ରମକୁ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାଧା ପାଦ ଦର୍ଶନ ଓ ଓଡ଼ିଆଣୀ ବେଶ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କିପରି ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ସହିତ ସମାପନ କରାଯିବ ତାକୁ ଏକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉପସ୍ଥିତ ଗ୍ରାମବାସୀ ଓ ମନ୍ଦିର କମିଟିର ବିଭିନ୍ନ ପ୍ରସ୍ତାବ ଉପରେ ଗୁରୁତ୍ଵ ଦେଇ କାର୍ଯ୍ୟ କରାଯିବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ରେ ଯେପରି କିଛି ଅସୁବିଧା ନ ହେବ ସେ ଦିଗ ପ୍ରତି ଦୃଷ୍ଟି ଦିଆଯାଇଛି , ମୀନା ବଜାର , ଭଜନ କାର୍ଯ୍ୟକ୍ରମ ଓ ସୁରକ୍ଷିତ ସାମାଜିକ ମାଧ୍ୟମ ପରିବେଷଣ ପାଇଁ ବ୍ୟବସ୍ଥା ରହିଛି। ସେହିପରି ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି ଅଧିକ ସୁରକ୍ଷା ବ୍ୟବସ୍ଥା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ଗାଡ଼ି ପାର୍କିଂ ଠାରୁ ଶୃଙ୍ଖଳିତ ଦର୍ଶନ ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ନଜର ରହିବ ବୋଲି ମନ୍ଦିର କମିଟି ସୂଚନା ଦେଇଛି।