ଖୋର୍ଦ୍ଧାରେ ବିପୁଳ ଗୋମାଂସ ଜବତ, ଜଣେ ଅଟକ

ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଜରିପୁଟ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ଗୋମାଂସ ଜବତ କରିଛି ସଦର ଥାନା ପୋଲିସ। ପିଛା କରି ଏକ ଗୋମାଂସ ବୋଝେଇ ବୋଲେରୋ ପିକଅପ୍‌ ଗାଡ଼ିକୁ ପୋଲିସ ଧରିଥିବା ସୂଚନା ମିଳିଛି। ଗାଡ଼ିରୁ ଆନୁମାନିକ ୨୦ କୁଇଣ୍ଟାଲ ଗୋମାଂସ ଜବତ ହୋଇଥିବା ବେଳେ, ଗାଡ଼ି ସହ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।