ସୁସ୍ଥ ମନ ସୁସ୍ଥ ଶରୀର ପାଇଁ ବ୍ୟାମ କରିବା ଅତ୍ୟନ୍ତ ଜରୁରୀ । ବ୍ୟାମ କରିବା ଦ୍ୱାରା ଶରୀର ଶରୀର ଆକ୍ଟିଭ୍ ରହିବା ସହ ମନ ଭଲ ରୁହେ । କିନ୍ତୁ ଅନେକ ଲୋକ ମନରେ ପ୍ରଶ୍ନଥାଏ ବ୍ୟାମ କରିବାପାଇଁ ଠିକ ସମୟ ସକାଳ କି ସନ୍ଧ୍ୟା । ଦୈନନ୍ଦିନ ରୁଟିନ୍, ଶରୀରର ସୁବିଧା ଓ ବ୍ୟାୟାମର ପ୍ରକାର ଉପରେ ନିର୍ଭର କରେ। ସକାଳେ ବ୍ୟାୟାମ କରିବା ଦିନକୁ ଏକ ସକାରାତ୍ମକ ଭାବରେ ଆରମ୍ଭ କରିବାର ଭଲ ଉପାୟ। ସକାଳରେ ହାଲୁକା ଚାଲିବା, ଷ୍ଟ୍ରେଚିଂ, ଯୋଗ କିମ୍ବା ଅନ୍ୟାନ୍ୟ ସହଜ ବ୍ୟାୟାମ କଲେ ଶରୀର ଆକ୍ଟିଭ ରହିଥାଏ। ଏହା ଦିନସାରା ଶରୀରକୁ ଚଳଚଞ୍ଚଳ ରଖିବାରେ ସହାୟକ ହୋଇପାରେ। ତା’ସହ ସକାଳରେ ବ୍ୟାୟାମ କଲେ ନିଜ ପାଇଁ ସମୟ ବାହାର କରିବା ସହଜ ହୋଇଥାଏ, କାରଣ ଦିନ ବଢ଼ିବା ସହ ବିଭିନ୍ନ କାମରେ ବ୍ୟସ୍ତତା ବଢ଼ିଯାଏ।
ସମସ୍ତଙ୍କ ପାଇଁ ସକାଳ ସମୟ ସୁବିଧାଜନକ ହୋଇନପାରେ। କେତେକ ଲୋକଙ୍କ ପାଇଁ ସନ୍ଧ୍ୟା ସମୟରେ ଶରୀର ଅଧିକ ସକ୍ରିୟ ଲାଗିପାରେ। ସ୍କୁଲ୍, କାମ କିମ୍ବା ଅନ୍ୟାନ୍ୟ ଦାୟିତ୍ୱ ସରିବା ପରେ ସନ୍ଧ୍ୟାରେ ଚାଲିବା, ସାଇକେଲିଂ, ଖେଳ କିମ୍ବା ଅନ୍ୟ ବ୍ୟାୟାମ କରାଯାଇପାରେ। ଦିନର ମାନସିକ ଚାପ କମାଇ ମୁଡକୁ ଫ୍ରେସ୍ ରଖିବାରେ ମଧ୍ୟ ଶାରୀରିକ କାର୍ୟ୍ୟକଳାପ ସହାୟକ ହୋଇପାରେ।ବ୍ୟାୟାମ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ‘ସର୍ବୋତ୍ତମ’ ସମୟ ସମସ୍ତଙ୍କ ପାଇଁ ନାହିଁ। ଯେଉଁ ସମୟରେ ଆପଣ ନିୟମିତ ଭାବେ ଓ ଆରାମରେ ବ୍ୟାୟାମ କରିପାରୁଛନ୍ତି, ସେହି ସମୟ ଆପଣଙ୍କ ପାଇଁ ଭଲ। ନିୟମିତତା ସମୟଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।