ସୁନା ପିନ୍ଧିବାକୁ ସମସ୍ତେ ଭଲପାଆନ୍ତି। ଆମ ହିନ୍ଦୁ ଧର୍ମ ରେ ପ୍ରତ୍ୟେକଟି ମାଙ୍ଗଳିକ କାର୍ଯ୍ୟରେ ସୁନା ର ବେଶ ଚାହିଦା ରହିଥାଏ କିନ୍ତୁ ଏବେ ସୁନା କିଣିବା ପୂର୍ବରୁ ଆମକୁ ଶହେ ଥର ଚିନ୍ତା କରିବାକୁ ପଡୁଛି କାରଣ ହେଉଛି ଏଇ ମୂଲ୍ୟବାନ ଧାତୁର ଦର ବୃଦ୍ଧି । ଯାହାକି ବୃଦ୍ଧି ହଉଚି ଅଧିକ କିନ୍ତୁ ହ୍ରାସ ହଉଚି କମ ।ତେବେ ଆମେ ଦେଖିବାକୁ ଗଲେ ୨୦୨୬ ଜାନୁଆରୀ ଆରମ୍ଭରୁ ସୁନା ଦରରେ ବଡ ଧରଣର ପରିବର୍ତନ ଦେଖିବାକୁ ମିଳୁଛି । ଲଗାତର ଭାବେ ସୁନା ଦର ବୃଦ୍ଧି ହେବାରେ ଲାଗିଛି । ତେବେ ଏବେ ୨୪ କ୍ୟାରେଟ ସୁନାର ମୂଲ୍ୟ ଦେଢ଼ ଲକ୍ଷ ଉପରେ ରହିଛି । କିନ୍ତୁ ରିପୋର୍ଟ ଅନୁଯାୟୀ ଲଗାତର ତିନିଦିନ ଧରି ସୁନାଦର ରେ ହ୍ରାସ ପରିଲକ୍ଷିତ ହୋଇଥିଲା କିନ୍ତୁ ଆଜି ପୁଣି ଥରେ ସୁନାପ୍ରେମୀ ଙ୍କୁ ଲାଗିଛି ଶକ୍ତ ଝଟକା ।ପୁଣି ଥରେ ଅହେତୁକ ବୃଦ୍ଧି ଘଟିଛି ସୁନାଦରରେ ।ତେବେ ଗତକାଲି ୨୨କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ କୁ ୧୩୯୩୫ ଟଙ୍କା ଥିବାବେଳେ ଆଜି ୩୦୫ ଟଙ୍କା ବୃଦ୍ଧି ପାଇ ୧୪୨୪୦ ଟଙ୍କାରେ ପହଂଚିଛି ।ଅର୍ଥାତ ୨୨ କ୍ୟାରେଟ ସୁନା ର ମୂଲ୍ୟ ୧୦ ଗ୍ରାମ କୁ ୧ ଲକ୍ଷ ୪୨ ହଜାର ୪୦୦ ତାଙ୍କ ରହିଛି ।ସେହିପରି ୨୪ କ୍ୟାରେଟ ସୁନା ଦରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତକାଲି ୨୪ କ୍ୟାରେଟ ସୁନାଦର ୧ ଗ୍ରାମକୁ ୧୫୨୦୨ ଟଙ୍କା ରହିଥିଲା କିନ୍ତୁ ଆଜି ତାହା ୩୩୩ ଟଙ୍କା ବୃଦ୍ଧି ପାଇ ୧୫୫୩୫ ଟଙ୍କାରେ ପହଂଚିଛି ।ତେବେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ କୁ ୧ ଲକ୍ଷ ୫୫ ହଜାର ୩୫୦ ଟଙ୍କା ରେ ପହଂଚିଛି କିନ୍ତୁ ମଧ୍ୟପ୍ରାଚ୍ୟ ଉତ୍ତେଜନା ସମୟରେ ସୁନାଦର ରେ ସାମାନ୍ୟତମ ହ୍ରାସ ଦେଖିବାକୁ ମିଳିଥିଲା ସତ କିନ୍ତୁ ଏବେ ପୁଣିଥରେ ସୁନାଦର ରେ ଅହେତୁକ ବୃଦ୍ଧି ଘଟିଛି । ତେବେ ଏହିଭଳି ସୁନାଦରରେ ବୃଦ୍ଧି ଓ ହ୍ରାସ ଗ୍ରାହକ ଙ୍କୁ ସୁନା କିଣିବାରେ ଦ୍ଵନ୍ଦ ରେ ପକାଉଛି ତେବେ ଯେଉଁମାନେ ସୁନା କିଣିବାକୁ ପ୍ଲାନ କରୁଛନ୍ତି ତେବେ ପ୍ରତିଦିନ ସୁନାଦର କୁ ଅନୁଧ୍ୟାନ କରନ୍ତୁ ଏବଂ ସୁନା ଦର ଜାଣିବା ପରେ ଯାଇ ସୁନା କିଣିବାକୁ ଯୋଜନା କରନ୍ତୁ ।