ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ସହ ନଗର ପରିକ୍ରମାରେ ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା, ଅଭିଭାବକ

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ରେଙ୍ଗାଳବେଡା ଶିଶୁ ବିଦ୍ୟା ମନ୍ଦିର ତରଫରୁ ପବିତ୍ର ଜନ୍ମାଷ୍ଟମୀ ମହତ୍ସବ ପାଳନ  ଅବସରେ  ସାଂସ୍କୃତିକ ସଭା ଯାତ୍ରା ଓ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଶିଶୁ ବିଦ୍ୟା ମନ୍ଦିର  ପ୍ରଧାନ ଆଚାର୍ଯ୍ୟ ଚିତ୍ରସେନ ଭୋଇ ଙ୍କ ସଭାପତିତ୍ବରେ ଆୟୋଜିତ ସାଂସ୍କୃତିକ ସଭା ଯାତ୍ରାରେ ଛାତ୍ରଛାତ୍ରୀ , ଗୁରୁଜୀ ଗୁରୁ ମା ଅଭିଭାବକ ସାମିଲ ହୋଇ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରୁ ଏକ ସାଂସ୍କୃତିକ ସଭା ଯାତ୍ରା ବାହାରିଥିଲା ।କୁନି କୁନି ଛାତ୍ରଛାତ୍ରୀମାନେ ନନ୍ଦରାଜା, ଯଶୋଦା ,କୃଷ୍ଣ, ବଳରାମ, ଗୋପାଳ ବେଶ ରେ ସୁସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ।   ଶ୍ରୀ କୃଷ୍ଣ ଙ୍କ ପ୍ରତିମାକୁ ଧରି  ନଗର ପରିକ୍ରମା କରିବା ସମୟରେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ବିଭିନ୍ନ ସ୍ଥାନରେ ବନ୍ଦାପନା କରୁଥିବା ଦେଖାଯାଇଥିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।  ପରେ ଶିଶୁ ବିଦ୍ୟାମନ୍ଦିର ପରିସରରେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାମନ୍ଦିର ର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଚିତ୍ରସେନ ଭୋଇ ଙ୍କ ତତ୍ବାବଧାନରେ ଗୁରୁଜୀ ବିନୋଦ ବିହାରୀ ପ୍ରଧାନ, ଗୁରୁ ମା ପ୍ରିୟଦର୍ଶିନୀ ସାହୁ, ପୁଷ୍ପାଜଳି ଆଚାର୍ଯ୍ୟ ତପସ୍ୱିନୀ ସାହୁ ଚପଳା ସାହୁ, ଯାଜ୍ଞସେନୀ ପ୍ରଧାନ, ପ୍ରିୟଦର୍ଶନୀ ସାହୁ, ରିଙ୍କି ବେହେରା, ସୌଦାମିନୀ ସାହୁ ପ୍ରମୁଖ ଗୁରୁ ଜୀ ଗୁରୁ ମା ଉପସ୍ଥିତ ରହି ସହଯୋଗ କରିଥିଲେ । ଅଭିଭାବକ ଗ୍ରାମବାସୀ ସାମିଲ ହୋଇ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ କୁ ମନଭରି ଉପଭୋଗ କରିଥିଲେ।