ମହାନଦୀକୁ ଡେଇଁ ନିଖୋଜ ହେଲେ ଯୁବକ। ଆଜି କଟକର କାଲିବୁଡା ନିକଟ ଶିଖରପୁର-ଜଗତପୁର ସେତୁରୁ ମହାନଦୀରେ ଡେଇଁ ପଡ଼ିବା ପରେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ତାଙ୍କ ବାଇକ୍, ପରିଚୟପତ୍ର ଏବଂ ଚପଲ ସେତୁ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ତେବେ ନିଖୋଜ ଯୁବକ ଜଣକ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳର ଶୁଭାଶିଷ ଲେଙ୍କା ବୋଲି ଜଣାପଡ଼ିଛି । ରାସ୍ତାରେ ତାଙ୍କ ବାଇକ୍ (OD 33 1301), ଆଧାର କାର୍ଡ, ଜୋତା, ମୋବାଇଲ୍ ଫୋନ୍ ଏବଂ ଅଫିସ୍ ପରିଚୟପତ୍ର ଛାଡି ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଶୁଭାଶିଷ ମହାନଦୀରେ ଡେଇଁପଡ଼ିବା ଦେଖି କିଛି ପଥଚାରୀ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଏହା ପରେ ଜଗତପୁର ପୋଲିସ ଷ୍ଟେସନର ଏକ ପୋଲିସ ଦଳ ଅଗ୍ନିଶମ କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।
ଘଟଣାରେ ନିଖୋଜ ଯୁବକଙ୍କ ମାଆଙ୍କ କହିବା ଅନୁଯାୟୀ, ତାଙ୍କ ପୁଅକୁ ଭଲ ପାଉଥିବା ଜଣେ ଝିଅ ତାଙ୍କ ଘରକୁ ଆସୁଥିଲେ। ମାଆ କହିଛନ୍ତି ଯେ ଯୁବତୀ ଜଣଙ୍କ ସହ ତାଙ୍କ ପୁଅ ସହ ସହ କିଛି ସମୟ ଧରି କଥା ହୋଇନଥିଲା ଯାହାଫଳରେ ଯୁବକ ଜଣଙ୍କ ମାନସିକ ଅବସାଦଗ୍ରସ୍ତ ଥିଲେ । ତଥାପି, ଘଟଣା ପଛର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବଂ ଯୁବକଙ୍କ ସନ୍ଧାନ ଅଭିଯାନ ଜାରି ରହିଛି।