ଭୟଙ୍କର..ଅତିଭୟଙ୍କର, ଲୋମଟାଙ୍କୁରା। ସ୍ତ୍ରୀ ସାଜିଲା ପିଶାଚିନି। ସ୍ବାମୀ ମାରି କାଢ଼ିଲା ଅନ୍ତବୁଜୁଳା। ପରେ ଭୟବୀତ ହୋଇଛାତ ତଳକୁ ଡେଇଁ ପଡ଼ିଲା । ହରିୟାଣାର କୁରୁକ୍ଷେତ୍ରରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। କୁରୁକ୍ଷେତ୍ରର ପେହୋୱା ରୋଡରେ ଥିବା ରାଜ ପ୍ୟାଲେସ ନିକଟରେ ଭଡ଼ାରେ ରହୁଥିଲେ ରାଜେଶ ଓ ତାଙ୍କ ପତ୍ନୀ ବିମଳା ଦେବୀ। ଉଭୟ ଗୋଟିଏ ବର୍ଷ ହେବ ଏହି ଭଡ଼ ଘରେ ରହୁଥିଲେ। ରାଜେଶ ପାଣି ଯୋଗାଣ କମ୍ପାନୀରେ କାର୍ଯ୍ୟରତ ଥିଲେ। ଉତ୍ତର ପ୍ରଦେଶର ସୀତାରପୁର ଜିଲ୍ଲା ଧାମପୁର ଗାଁର ମୂଳ ବାସିନ୍ଦା ହେଉଛନ୍ତି ରାଜେଶ।

ହେଲେ ହତ୍ୟାକାଣ୍ଡ ଦିନ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଘର ଭିତରୁ ଶୁଭିଥିଲା ଚିତ୍କାର। ଏହାକୁ ଶୁଣି ଘର ମାଲିକ ରିଙ୍କୁ ଛାତକୁ ଦୌଡ଼ିଥିଲେ। ସେଠାରେ ସେ ଦେଖିଥିବା ଦୃଶ୍ୟ ତାଙ୍କୁ ଦୋହଲାଇ ଦେଇଥିଲା। କାରଣ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ରହିଥିଲେ ରାଜେଶ।ତାଙ୍କ ତଳି ପେଟରୁ ବୋହି ଚାଲିଥିଲା ରକ୍ତ। ପତ୍ନୀ ବିମଳା ଦେବୀ ତରବରିଆ ଭାବେ ରାଜେଶଙ୍କ ଅନ୍ତବୁଜୁଳା ସବୁ ଗୋଟିଏ ବ୍ୟାଗରେ ଭର୍ତ୍ତି କରୁଥିଲେ। ଏହି ସମୟରେ ତାଙ୍କ ନଜର ମାଲିକ ରିଙ୍କୁଙ୍କ ଉପରେ ପଡ଼ି ଯାଇଥିଲା। ସେ ଆତଙ୍କିତ ହୋଇ ସିଧା ଛାତରୁ ତଳକୁ ଡେଇଁ ପଡ଼ିଥିଲେ।ଏବେ ବିମଳା ଚିକିତ୍ସା ହସ୍ପିଟାଲରେ ଚାଲିଛି। ପୁଲିସ୍ ତାଙ୍କ ବୟାନ ରେକର୍ଡ କରି ପୂରା ଘଟଣା ଉପରୁ ପରଦା ହଟାଇବାକୁ ଲାଗି ପଡ଼ିଛି। ରାଜେଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆକ୍ରମଣ କେତେ ଭୟଙ୍କର ଥିଲା, ତା’ର ଗୁମର ଖୋଲିଛି।