ଚାନ୍ଦବାଲିର ଗୌରବ, ମହାନ ଜନନାୟକ, ଚାନ୍ଦବାଲି ବ୍ଲକରେ 5 ଥର ଅଧକ୍ଷ ରହିଥିବା ଜନପ୍ରିୟ ରାଜନେତା ସ୍ବର୍ଗତ ଦୁର୍ଯ୍ୟୋଧନ ମିଶ୍ରଙ୍କ 10ମ ଶ୍ରାଦ୍ଧ ବାର୍ଷିକ ଦୁର୍ଯ୍ୟୋଧନ ମିଶ୍ର ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସ୍ମୃତି ସଂସଦର ସଭାପତି ପ୍ରତାପ ଚନ୍ଦ୍ର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ ମୁଖ୍ୟ ଅତିଥି ଏବଂ ବିଡ଼ିଓ ସଞ୍ଜୀବ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ l ଏହି ଅବସରରେ ସକାଳେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା l
ସ୍ବର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ ସଭା ଆରମ୍ଭ କରାଯାଇଥିଲା l ଉପସ୍ଥିତ ଅତିଥି ମାନେ ସ୍ବର୍ଗତ ମିଶ୍ରଙ୍କ ଚାନ୍ଦବାଲି ପ୍ରତି ଥିବା ଅବଦାନ ବିଷୟରେ ଆଲୋଚନା କରିଥିଲେ l ଏହି ଅବସରରେ ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 20 ଜଣଙ୍କୁ ସ୍ମୃତି ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l