ଦିନିକିଆ ବିଶ୍ୱକପ୍ ପୂର୍ବରୁ ଆଫଗାନିସ୍ତାନକୁ ଏକ ବଡ଼ ଝଟକା ଲାଗିଛି

ଦିନିକିଆ ବିଶ୍ୱକପ୍ ପୂର୍ବରୁ ଆଫଗାନିସ୍ତାନକୁ ଏକ ବଡ଼ ଝଟକା ଲାଗିଛି । ଆଫଗାନିସ୍ତାନ କ୍ରିକେଟ ଟିମର ଦିନିକିଆ ଅଧିନାୟକ ପଦକୁ ଇସ୍ତଫା ଦେଇଛନ୍ତି ହଶମତୁଲ୍ଲାହ ଶାହିଦି । ଶାହିଦି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି “ଆଜି ମୁଁ ପୂର୍ଣ୍ଣ ସମ୍ମାନ ଏବଂ ସମ୍ମତି ସହିତ ଘୋଷଣା କରୁଛି ଯେ ମୁଁ ମୋର ବ୍ୟକ୍ତିଗତ ନିଷ୍ପତ୍ତିରେ ମୋ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଉଛି “

Hashmatullah Shahidi steps down as Afghanistan's ODI captain after  three-and-a-half years - DD India

୩୧ ବର୍ଷୀୟ ଶାହିଦି ୨୦୨୨ ଆରମ୍ଭରେ ଏକଦିବସୀୟ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨୦୨୩ ଏକଦିବସୀୟ ବିଶ୍ୱକପ୍ ଏବଂ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନର ନେତୃତ୍ୱ ନେଇଥିଲେ । ଅଧିନାୟକ ଭାବରେ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ଇନିଂସ ୨୦୨୩ ବିଶ୍ୱକପ୍ ରେ ଭାରତ ବିପକ୍ଷରେ ଦେଖିବାକୁ ମିଳିଥିଲା, ସେହି ମ୍ୟାଚରେ ସେ ୮୮ ବଲ୍ ରୁ ୮୦ ରନ୍ କରି ଆଫଗାନିସ୍ତାନକୁ ୨୭୨ ରନ୍ କରିବାରେ ସାହାଯ୍ୟ କରିଥିଲେ। ତଥାପି, ରୋହିତ ଶର୍ମାଙ୍କ ଦଳ ଆରାମରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଶାହିଦିଙ୍କ ଅଧିନାୟକତ୍ୱରେ, ଆଫଗାନିସ୍ତାନ ମୋଟ ୫୫ଟି ଦିନିକିଆ ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ୨୭ ଟିରେ ବିଜୟୀ ହୋଇଛି ।

Hashmatullah Shahidi steps down as Afghanistan's ODI captain: Details

ଶାହିଦି ଆଫଗାନିସ୍ତାନ କ୍ରିକେଟ ଟିମ୍ ପାଇଁ ୧୨ଟି ଟେଷ୍ଟ, ୯୬ ଦିନିକିଆ ଏବଂ ୬ଟି୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ୧୨ଟି ଟେଷ୍ଟରେ ୭୯୬ ରନ୍ ଏବଂ ୯୬ ଦିନିକିଆ ପାଇଁ ୨୬୦୭ ରନ୍ ଏବଂ ୬ଟି ୨୦ ମ୍ୟାଚରେ ୪୮ ରନ୍ କରିଛନ୍ତି । ଟେଷ୍ଟରେ ୨ଟି ଶତକ ଏବଂ ଦିନିକିଆରେ ୧ଟି ଶତକ ମାରିଛନ୍ତି । ଦିନିକିଆରେ ୨୨ଟି ଅର୍ଦ୍ଧଶତକ ମାରିଛନ୍ତି ।

How in Hashmatullah Shahidi Afghanistan's leadership is in capable hands