ପୁଣି ଟିଏମ୍ସି ମୁଖିଆ ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ଟିଏମସି ରାଜ୍ୟସଭା ସାଂସଦ କୋଏଲ ମଲ୍ଲିକ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍ସିର ପରାଜୟ ପରେ ମମତାଙ୍କୁ ଟିଏମ୍ସି ଫାଟ ସୃଷ୍ଟି ହୋଇଛି । ଧୀରେ ଧୀରେ ଟିଏମ୍ସି ର ଜଣେ ଜଣେ ବିଧାୟକ, ନେତା ଛାଡୁଥିବା ବେଳେ ଟିଏମସି ରାଜ୍ୟସଭା ସାଂସଦ କୋଏଲ ମଲ୍ଲିକ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । କୋଏଲ ମଲ୍ଲିକଙ୍କ ଇସ୍ତଫା ପରେ ରାଜ୍ୟସଭାରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦଙ୍କ ସଂଖ୍ୟା ନଅକୁ ହ୍ରାସ ପାଇଛି । କୋଏଲ ଆଗରୁ ଇସ୍ତଫା ଦେବେ ବୋଲି ଘୋଷଣା କରି ସାରଥିଲେ । ଆଜି ସେ ଇସ୍ତଫାପତ୍ର ଦେଇଛନ୍ତି ।

କୋଏଲ ମଲ୍ଲିକ ଟିଏମ୍ସି ଛାଡିବା ପରେ ମମତା ପ୍ରତିକ୍ରିୟା ରଖି କହିଥିଲେ, ଯିଏ ଯିବାକୁ ଚାହୁଁଛ ଯାଅ । ୨୦୦୬ରେ ଦଳକୁ ଛିଡା କରିଥିଲି, ୨୦୨୬ରେ ବି ପୁଣି କରିପାରିବି । ବିଜେପି ଚାହୁଁଛି ମୋତେ ହାର୍ଟ ଆଟାକ୍ ହୋଇଯାଉ । କିନ୍ତୁ ବିଜେପି ଶେଷ ନହେବା ପର୍ଯ୍ୟନ୍ତ ବଞ୍ଚିରହିବି । ପଶ୍ଚିମବଙ୍ଗରେ ଆମକୁ ବେଆଇନ ଭାବେ ହରାଇଛି । ଏହା ଆଗକୁ ପ୍ରମାଣ ବି ହେବ ।
