ରାୟଗଡ଼ା ଜିଲ୍ଲା ଗୁଣୁପୁର ନିକଟସ୍ଥ ଚୈତନ୍ୟଗୁଡ଼ା ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମନ୍ଦିରରୁ ଫେରୁଥିବା ବେଳେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଚିନ୍ତାଡା ରମେଶ (୫୦)ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ। ଅନ୍ୟପକ୍ଷରେ ଗୁଣପୁରର ପଞ୍ଚାନନ ହୋତା ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ରମେଶଙ୍କ ସହ ଥିବା ଚିନ୍ନା ମଧ୍ୟ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଶ୍ରୀକାକୁଳମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ପଞ୍ଚାନନ ହୋତା ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଶ୍ରୀକାକୁଳମ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।