ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଳସିପାଳ ଗ୍ରାମ ପଞ୍ଚାୟତ ର କଙ୍କିନାଳୀ ଠାରେ ଏକ ନୂତନ ବିଜେପି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି, ଏହାକୁ ଅନୁଗୋଳ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ମୀରା ଗଡ଼ନାୟକ ,ନାଲକୋ ମଜଦୁର ସଂଘ ର ସଭାପତି ମୁନା ସାମଲ,ସିପିପି କର୍ମଚାରୀ ସଂଘ ର ସମ୍ପାଦକ ପ୍ରକାଶ ସିଂହ, ବିଜେପି ରାଜ୍ୟ ସମ୍ପାଦକ ମହିଳାମୋର୍ଚା ଶୁଚିସ୍ମିତା ତ୍ରିପାଠି, ନମିତା ଦଳ ବେହେରା ବିଜେପି ଜିଲ୍ଲା ଉପସଭାପତି , ବିଜେପି ମହିଳା ମୋର୍ଚା ସଭାପତି ପ୍ରତିମା ମିଶ୍ର, ସୁଜାତା ଦାସ ଉପଦେଷ୍ଟା ଜିଲ୍ଲା ବିଜେପି, ପ୍ରତ୍ୟୁଷ କୁମାର ପଣ୍ଡା ଜିଲ୍ଲା ବିଜେପି ସମ୍ପାଦକ, ସୁବ୍ରତ କୁମାର ସାହୁ ବଅଁରପାଳ ମଣ୍ଡଳ ସଭାପତି, ରାଧାକାନ୍ତ ପଟ୍ଟନାୟକ ମଣ୍ଡଳ ସଭାପତି ମହୀଧରପୁର, ସୁଧୀର ତ୍ରିପାଠୀ ସଭାପତି ତଳମୂଳ, ବସନ୍ତ ବିଶ୍ୱାଳ ସଭାପତି ତୁଳାସିପାଳ, ଅନିଲ ଗଡ଼ନାୟକ ଆୟୋଜକ ସହିତ ପ୍ରାୟ ୧୭ ଟି ଗ୍ରାମ ପଞ୍ଚାୟତ ର ବିଜେପି କର୍ମକର୍ତ୍ତା ଙ୍କ ସହିତ ଅବସର ପ୍ରାପ୍ତ ସୈନିକ, ଶିକ୍ଷକ ଓ ବୁଦ୍ଧିଜୀବୀ ମାନଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଥିଲା।
ବିଧାୟକ ଏହି ସ୍ଥାନରେ ମାସ କୁ ଗୋଟିଏ ସାଧାରଣ ଜନ ଶୁଣାଣି କରିବାକୁ ପ୍ରତିଶୃତି ଦେଇଥିବା ବେଳେ ଆସନ୍ତା କାଲି ଠାରୁ ଏହା ଆରମ୍ଭ ହେବ ବୋଲି କହିଥିଲେ, ଏହା ଜାତୀୟ ରାଜପଥ ଠାରୁ ନିକଟରେ ହୋଇଥିବାରୁ ଗମନାଗମନ ର ସୁବିଧା ହେବା ସହିତ ତୁଳସିପାଳ ପଞ୍ଚାୟତ ସହିତ ଆଖପାଖ ର ପଞ୍ଚାୟତ ଗୁଡିକ ର ଲୋକ ଏଠାକୁ ଆସି ନିଜର ଅଭିଯୋଗ ବିଷୟରେ ପ୍ରକାଶ କରିପାରିବେ ବୋଲି ମୀରା ଗଡ଼ନାୟକ କହିଥିଲେ, ଆସନ୍ତା ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି ଏହି କାର୍ଯ୍ୟାଳୟ ଟି ଦଳୀୟ କାର୍ଯ୍ୟକ୍ରମ ଓ ବିଜେପି କୁ ପଞ୍ଚଗଡ ରେ ସୁଦୃଢ କରିବାରେ ସକ୍ଷମ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।