ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ, ଘଟଣା ସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ…

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଗଡ଼ପଳାଶୁଣି ଗାଁ ପେଟ୍ରୋଲ ପମ୍ପ ନିକଟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ। ଘଟଣା ସ୍ଥଳରେ ହିଁ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ଭାଇ ଗଡ଼ପଳାଶୁଣି ଗାଁ ମୁଣ୍ଡାସାହିର ଶୁଭ ଗାଗରାଇ ଓ ଧନୁ ଗାଗରାଇ। ଉଭୟେ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ତେବେ ଘଟଣା ସ୍ଥଳରେ ମୃତ ଦେହ ରଖି ପରିବାର ଲୋକେ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଫଳରେ ଗଡ଼ପଳାଶୁଣି-ତେଲକୋଇ ଯାତାୟାତ ଠପ ହୋଇଛି। ମହାବିରୋଡ଼ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ଜାରି ରଖିଛି।