ଲାଞ୍ଜି ଠାରେ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଉପଲକ୍ଷେ ସଚେତନତା ସଭା

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତ ଠାରେ କିଟ,କିସ ତରଫରୁ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ସଂସ୍ଥାର ପ୍ରାଣ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ବିଛୁଟି ଗାମୀ ଯୁବ ପିଢ଼ିଙ୍କ ପାଇଁ ଆଜିର ଯୁଗରେ ଦେବାର କଳାକୁ ଗୁରୁତ୍ୱ ଦେବାରେ ପ୍ରୟାସ ଜାରି ରଖିଛନ୍ତି।ଦେବାରେ ଯେଉଁ ଆନନ୍ଦ ଥାଏ ପାଇବାରେ ତାହା ଆନନ୍ଦ ନ’ଥାଏ।ଅର୍ଥ ଲୋଭି ମଣିଷ ନେବା ସହିତ ଦେବା।ଦାନ ବଦଳରେ ପ୍ରତିଦାନ ପ୍ରଧାନ ଶିକ୍ଷା ପାଇଁ ଦୀର୍ଘ ୧୩ବର୍ଷ ନିରନ୍ତର ଭାବେ ପ୍ରୟାସ ଚଳାଇଛନ୍ତି।କିସ୍ ପୁରାତନ ଛାତ୍ର ସନାତନ ମାଝୀଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ୧୩ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ କିସ୍ ଛାତ୍ରୀ ପଞ୍ଚୁ ମାଝୀ ଆର୍ଟ ଅଫ୍ ଗିଭିଙ୍ଗର ସମ୍ପୂର୍ଣ ବିବରଣୀ ପଠନ କରିଥିବାବେଳେ ଦଶମୀ ମାଝୀ ନିଜ ବିଷୟରେ ଉପସ୍ଥାପନା କରିଥିଲେ।

ଏଥିରେ ମୁଖ୍ୟ ଅତିଥିଭାବେ ଆଦିବାସୀ କଲ୍ୟାଣ ମହାସଂଘ ସଭାପତି ପରମାନନ୍ଦ ମାଝୀ ଯୋଗଦେଇଥିବବେଳେ ସମ୍ମାନିତ ଅତିଥିଭାବେ ଲାଞ୍ଜି ପଞ୍ଚାୟତ ସରପଞ୍ଚ ଯମୁନା ମାଝୀ,ବେନଗାଁ ସରପଞ୍ଚ ପୁରାଣା ମାଝୀ,ସମାଜ ସେବୀ ତ୍ରିଲୋଚନ ପାଣିଗ୍ରାହୀ,କୈଳାଶ ମାଝୀ,ରାଶି ମାଝୀ ଜିପିଡିଓ ମ. ରାମପୁର,ପିଇଓ ଜୁନାଗଡ଼ ମୁକୁନ୍ଦ ଦୋରା,ଶଗଡା଼ ପୂର୍ବତନ ସରପଞ୍ଚ ରୁକ୍ମଣୀ ମାଝୀ,ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଉପେନ୍ଦ୍ର ମାଝୀ,ତେନ୍ତୁଳିପଙ୍ଗା ପ୍ରଧାନ ଶିକ୍ଷକ ମନୋଜ କୁମାର ଧଙ୍ଗଡ଼ାମାଝୀ ପ୍ରମୁଖ ମଞ୍ଚାସିନ ରହିଥିବାବେଳେ ଉକ୍ତ କାର୍ଯ୍ୟକ୍ରମରେ କିସ୍ ଓ କିଟର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ଥାନୀୟ ବୃଦ୍ଧବୃଦ୍ଧାଙ୍କୁ ଛତା ଓ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ସାମଗ୍ରୀ ବଣ୍ଟନ କରାଯାଇଥିଲା।

ଏଥିରେ ଜୟନ୍ତ ମାଝୀ ଓ ଝସକେତନ ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ସୁରେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଡମ୍ବରୁ ମାଝୀ, ସହଦେବ ମାଝୀ ଓ କିସ୍ ଓ କୀଟ୍ ର ଅନେକ ପୁରାତନ ଛାତ୍ରଛାତ୍ରୀ ପ୍ରମୁଖ ବିଶେଷ ସହଯୋଗ କରିଥିଲେ।