ହେବ କି ଲକଡାଉନ ଭଳି ସ୍ଥିତି! ଦେଶ ବାସୀଙ୍କୁ ଏମିତି କହିଲେ ମୋଦି…

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସଙ୍କଟ ସ୍ଥିତି ଭିତରେ ଦେଶବାସୀଙ୍କୁ ବଡ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି କହିଛନ୍ତି, ପେଟ୍ରୋଲ ଡିଜେଲର ବ୍ୟବହାର କମ କରିବାକୁ ହେବ। ସେଥିପାଇଁ ଯେଉଁଠି ମେଟ୍ରୋ ଅଛି ତାର ଉପଯୋଗ କରନ୍ତୁ।। ସର୍ବସାଧାରଣ ପରିବହନ ବ୍ୟବସ୍ଥା ଯେପରିକି ବସ୍, ଅଟୋ କିମ୍ବା ଟ୍ୟାକ୍ସି ଆପଣାନ୍ତୁ। କୌଣସି ସାମଗ୍ରୀ ପଠାଇବାର ଥିଲେ ରେଲୱେ ଗୁଡ୍ସ ଟ୍ରେନରେ ପଠାନ୍ତୁ। ଇଭି ଗାଡିର ଅଧିକ ବ୍ୟବହାର କରନ୍ତୁ। କରୋନା ସମୟରେ ଭିଡ଼ିଓ କନଫରେନ୍ସିଂ ଏବଂ ଅନଲାଇନ ବ୍ୟବସ୍ଥା କରାଯାଇଥିଲା। ସେହି ବ୍ୟବସ୍ଥାକୁ ଏବେ ପୁଣି ଥରେ ଆରମ୍ଭ କରାଯାଉ। ୱାର୍କ ଫ୍ରମ୍ ହୋମ, ଭର୍ଚୁଆଲ୍ ମିଟିଂ ଏବଂ ଅନଲାଇନ କନଫରେନ୍ସିଂକୁ ପୁଣି ଥରେ ପ୍ରାଥମିକତା ଦେବାକୁ ପଡ଼ିବ।


ହାଇଦ୍ରାବାଦରେ ଏକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମେଟ୍ରୋ ଥିବା ସହରରେ ଲୋକେ ଏହାର ଉପଯୋଗ କରନ୍ତୁ । ବିଦେଶୀ ମୁଦ୍ରା ସଂଞ୍ଚୟ ପାଇଁ ବି ଗୁରୁତ୍ବ ଦେବାକୁ ପଡ଼ିବ। ତେଣୁ ବର୍ଷେ ପାଇଁ ବିଦେଶ ଯାଆନ୍ତୁ ନାହିଁ। ସୁନାରେ ବହୁ ବିଦେଶୀ ମୁଦ୍ରା ଖର୍ଚ୍ଚ ହୁଏ ତେଣୁ ବର୍ଷେ ଯାଏଁ କୌଣସି କାର୍ୟ୍ୟ ପାଇଁ ବି ସୁନା କିଣିବା ନାହିଁ। ବିଦେଶୀ ମୁଦ୍ରା ବଞ୍ଚାଇବା ଆମ ପାଇଁ ବଡ଼ ଆହ୍ବାନ। ସେହିପରି ଖାଇବା ତେଲ ପାଇଁ ବି ଖର୍ଚ୍ଚ କରିବାକୁ ପଡୁଛି। ଅତି ଜରୁରି ସ୍ଥିତିରେ ପେଟ୍ରୋଲିୟମ ସାମଗ୍ରୀର ବ୍ୟବହାର କରାଯାଉ । ପେଟ୍ରୋଲ-ଡିଜେଲ ଉପରେ ନିର୍ଭରତା କମିଲେ ଭାରତ ଉପରେ ଯୁଦ୍ଧଜନିତ ଚାପ କମିବ । ତେଣୁ ଖାଦ୍ୟରେ ତେଲ ବ୍ୟବହାର କମାନ୍ତୁ। ରାସାୟନିକ ସାର ବଦଳରେ ଜୈବିକ ଚାଷ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।