ହତ୍ୟା ନା ଆତ୍ମହତ୍ୟା, ସନ୍ଦେହ ଘେରରେ ଯନ୍ତ୍ରୀଙ୍କ ମୃତ୍ୟୁ

ବଲାଙ୍ଗୀର ଜିଲ୍ଲା ଗୁଡଭେଳାରେ ଯନ୍ତ୍ରୀଙ୍କ ଆତ୍ମହତ୍ୟା। ଭଡ଼ା ଘରେ ଝୁଲୁଛି ଯନ୍ତ୍ରୀଙ୍କ ମୃତଦେହ। ତୁଷୁରା ସହର ଭିତରେ ଥିବା ଭଡା ଘରେ ଝୁଲୁଛି ମୃତଦେହ। ଏଲଏଣ୍ଡଟି କମ୍ପାନୀର ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଯନ୍ତ୍ରୀ ଯାଜପୁର ଅଞ୍ଚଳର ପ୍ରବୀର ବେହେରା ବୋଲି ସୂଚନା ମିଳିଛି।

Man murders wife at southwest Delhi home, stages suicide | India News - The  Times of India
ମିଳିଥିବା ସୂଚନା ଅନୁସାରେ ଗୁଡଭେଳା ଅଞ୍ଚଳରେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ପ୍ରବୀର ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଗୁଡଭେଳା ଜଗନ୍ନାଥ ପଡ଼ାରେ ଘର ଭଡ଼ା ନେଇ ରହୁଥିଲେ। ହେଲେ ଭଡ଼ା ଘରୁ ତାଙ୍କର ମୃତ ଦେହ ମିଳିଥିଲା ବେଳେ ସାଙ୍ଗରେ ରହୁଥିବା ଆଉ ଦୁଇ ଜଣ ଫେରାର ହୋଇଛନ୍ତି। ଏପରିକି ମୃତଦେହଟି କ୍ଷତାକ୍ତ ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସହରରେ ଚର୍ଚ୍ଚା ହେଉଛି। ତେବେ ପ୍ରାଥମିକ ତଦନ୍ତ କରି ପୋଲିସ ପରିବାର ଲୋକଙ୍କୁ ଖବର ଦେଇଛି। ସେମାନେ ଆସିବା ପରେ ସତ ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Kerala man wanted for wife's murder found dead near Kedarnath | India News  - Times of India