ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାର ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ଅଧ୍ୟକ୍ଷତାରେ ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଓ ରାଜ୍ୟ ସାଂଗଠନିକ ସମ୍ପାଦକ ଆଚାର୍ଯ୍ୟ କଲ୍ୟାଣ ଆନନ୍ଦ ଯୋଗ ଦେଇ ଜିଲ୍ଲା ରେ ଦଳର ସାଂଗଠନିକ ସ୍ଥିତି ଅନୁଧ୍ୟାନ କରିବା ସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ଲଢ଼ିବାକୁ ନେଇ ଆଲୋଚନା କରିଥିଲେ ।
ତା ସଙ୍ଗେ ସଙ୍ଗେ ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟା କୁ ନେଇ ଦଳ ଲୋକଙ୍କ ପାଖରେ ପହଞ୍ଚି କିଭଳି କାମ କରିପାରିବ ସେ ଦିଗରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା, ବରିଷ୍ଠ ନେତା କିଶୋର ଚନ୍ଦ୍ର ଗୁରୁ, ତ୍ରିନାଥ ପଟନାୟକ, ଲୋଗୋସ୍ ଦାସ ବର୍ଦ୍ଧନ, ଶିବାଶିଷ ପଟନାୟକ, ବୋୟାଜ ବେବର୍ତ୍ତା, ସୁସ୍ଥିର ଷଡ଼ଙ୍ଗୀ, ଲିଙ୍ଗରାଜ ପାଣିଗ୍ରାହୀ, ଈଶ୍ୱର ରାଓ, ବିରଞ୍ଜନ ମାଝୀ, ଶିଶିର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଚାରିଗୋଟି ପଞ୍ଚାୟତ ରୁ 40 ରୁ ଉର୍ଦ୍ଧ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ । ଗଜପତି ରୁ ବିବେକାନନ୍ଦ ବେହେର।