ନିଆଳୀ ବ୍ଲକରେ କଟକ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର

ନିଆଳୀ ବ୍ଲକରେ କଟକ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଅଭିଯୋଗ ଶିବିରରେ ନିଆଳୀ ବ୍ଲକର ୨୩ଟି ପଞ୍ଚାୟତରୁ ବିଭିନ୍ନ ସମସ୍ୟା ନେଇ ସାଧାରଣ ଲୋକେ ଅଭିଯୋଗ କରିବା ପାଇଁ ଆସିଥିଲେ । ବିଶେଷ କରି ରାସନ କାର୍ଡ଼, ବାର୍ଦ୍ଧକ୍ୟ ଭତ୍ତା ଓ ପାନୀୟଜଳ ସମସ୍ୟା କୁ ନେଇ ସର୍ବମୋଟ ୯୦ଟି ଅଭିଯୋଗ ହୋଇଥିଲା । ଏହି ଜନଶୁଣାଣୀ ଶିବିରରେ ନିଆଳୀ ବ୍ଲକରେ କାର୍ଯ୍ୟରତ ସମସ୍ତ ବିଭାଗର ଅଧିକରୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ଆସନ୍ତା ଗ୍ରୀଷ୍ମ ଋତୁରେ କିପରି ନିଆଳୀ ବ୍ଲକ ଅଧିନରେ ଥିବା ସମସ୍ତ ପଞ୍ଚାୟତରେ ପାନୀୟଜଳ ସମସ୍ୟାର ସମାଧାନ ହୋଇପାରିବ ସେ ଦିଗରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତତ୍ ସହିତ ଅନ୍ୟାନ୍ୟ ସମସ୍ୟା ଗୁଡିକ ସମାଧାନ ପାଇଁ  ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସାହେବ ସିନ୍ଧେ ।