ଆରମ୍ଭ ହୋଇଯାଇଛି କୋହେନ Edu-Conclave2.0

ଜଟଣୀର କୋହେନ ଇଣ୍ଟର ନ୍ୟାସନାଲ ସ୍କୁଲର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି Edu-Conclave2.0 ର ଦ୍ୱିତୀୟ ସଂସ୍କରଣ । ଯାହାକି ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ସମାନତା ମୂଳକ ଚିନ୍ତାଧାରା, ସାମାଜିକ ସଚେତନତା ଏବଂ ଦାୟିତ୍ୱପୂର୍ଣ୍ଣ ନାଗରିକତାକୁ ପ୍ରୋତ୍ସାହିତ କରିବ । ଏହା ଏକ କନକ୍ଲେଭ ନୂହେଁ ଏହା ଏକ ଶୈକ୍ଷିକ ମଞ୍ଚ । ଏହି କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ଡିନ୍, KIIT ସ୍କୁଲ୍ ଅଫ୍ ଲିଡରସିପ୍ ଡକ୍ଟର ପିନାକୀ ନନ୍ଦନ ପଟ୍ଟନାୟକ ଯୋଗ ଦେଇଥିଲେ । ସେ କୋହେନ ଇଣ୍ଟର ନ୍ୟାସନାଲ ସ୍କୁଲର କାର୍ଯ୍ୟକ୍ରମକୁ ସେ ପ୍ରସଂଶା କରିବା ସହ ଆଗକୁ ଏଭଳି କାର୍ଯ୍ୟକ୍ରମକୁ ଜାରୀ ରଖିବା ପାଇଁ କହିଥିଲେ, ଯାହାଫଳରେ ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟର ଗଢିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେନି । ପରିଶେଷରେ କୋହେନ ଇଣ୍ଟର ନ୍ୟସନାଲ ସ୍କୁଲର ଛାତ୍ରଛାତ୍ରୀ ଙ୍କ ଦ୍ୱରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।