ଟି-୨୦ ବିଶ୍ୱକପ୍ ୨୦୨୬: ପାକିସ୍ତାନ ସାମ୍ନାରେ ୧୭୬ ରନର ଲକ୍ଷ୍ୟ

ଟି-୨୦ ବିଶ୍ୱକପ୍ ୨୦୨୬ର ମହାମୁକାବିଲାରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୭୫ ରନ କରିଛି। ଏହା ସହିତ ପାକିସ୍ତାନ ସାମ୍ନାରେ ୧୭୬ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟ ରହିଛି। ଭାରତ ପକ୍ଷରୁ Ishan Kishan ବିସ୍ଫୋରକ ଇନିଂସ୍ ଖେଳି ୪୦ ବଲରେ ୭୭ ରନ କରିଥିଲେ। ସେ ୧୦ଟି ଚୌକା ଓ ୩ଟି ଛକା ମାରିଥିଲେ ଏବଂ କେବଳ ୨୭ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ସହ Tilak Varma ଦ୍ୱିତୀୟ ଉଇକେଟ୍ ପାଇଁ ୮୭ ରନର ସାଥୀତ୍ୱ ଗଢ଼ି ଭାରତକୁ ମଜବୁତ ସ୍ଥିତିରେ ନେଇଯାଇଥିଲେ। ତିଳକ ୨୫ ରନ କରିଥିଲେ।

ଅଧିନାୟକ Suryakumar Yadav ୩୨ ରନ କରିଥିଲେ। Shivam Dube ୧୭ ବଲରେ ୨୭ ରନର ଦ୍ରୁତ ଇନିଂସ୍ ଖେଳିଥିଲେ। ଶେଷରେ Rinku Singh ୪ ବଲରେ ୧୧ ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ Saim Ayub ୨୫ ରନ ଦେଇ ୩ଟି ଉଇକେଟ୍ ନେଇଥିଲେ ଏବଂ ଭାରତୀୟ ବ୍ୟାଟରମାନଙ୍କୁ ଚାପରେ ରଖିଥିଲେ। ମଧ୍ୟ ଓଭରରେ ପିଚ୍ ମନ୍ଥର ଥିବାରୁ ଭାରତର ରନ ଗତି କିଛି କମିଯାଇଥିଲା, କିନ୍ତୁ ଆରମ୍ଭର ଦୃଢ଼ ଭିତି ଭାରତକୁ ଏକ ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ନେଇଯାଇଛି।ଏବେ ଦେଖିବାକୁ ରହିଲା ପାକିସ୍ତାନ ୧୭୬ ରନର ଲକ୍ଷ୍ୟକୁ ଅତିକ୍ରମ କରିପାରିବ କି ନାହିଁ। ମ୍ୟାଚ୍‌ଟି ରୋମାଞ୍ଚକର ହେବା ନିଶ୍ଚିତ।