ଜୟ ଶାହଙ୍କୁ ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ୱକପକୁ ନେଇ ଚାଲିଥିବା ବିବାଦ ମଧ୍ୟରେ, ପାକ୍ର ଜଣେ ୟୁଟ୍ୟୁବର ଆଇ.ସି.ସିକୁ ଚେତାବନୀ ଦେଇଛନ୍ତି । ଯେଉଁ ୟୁଟ୍ୟୁବର ଜଣଙ୍କ ହେଲେ ଅର୍ଶଲାନ ନସିର୍ । ୧୫ ଭିଡିରେ ଅର୍ଶଲାନ କହିଛନ୍ତି, ଆଇସିସିର ଅଫିସ ଦୁବାଇରେ ରହିଛି । ଯେଉଁଥିପାଇଁ ଏହା ନିରାପଦ ଅଛି । ନହଲେ ଲୋକେ ହାତ ଉଠାଇବାକୁ ବିଳମ୍ବ କରିନଥାନ୍ତେ । ଭାରତରେ ଏହା ଥିଲେ ପାକିସ୍ତାନୀମାନେ ଏହା ଉପରେ ବୋମା ପକାଇ ଦେଇଥାନ୍ତେ । ଏହାସହ ସେ ବିସିସିଆଇକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଅଧିନାୟକ ସୂର୍ୟ୍ୟ କୁମାର ଯାଦବ ଏବଂ ଆଇସିସି ମୁଖ୍ୟ ଜୟ ଶାହଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରୟୋଗ କରିଛନ୍ତି ।