ତତଲା ପେଜ ଉପରେ ଢାଳି ହୋଇଯିବାରୁ ଜଣେ ୫ ବର୍ଷର ଶିଶୁପୁତ୍ର ଗୁରୁତର

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଆଇତଳଙ୍ଗ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ତତଲା ପେଜ ଉପରେ ଢାଳି ହୋଇଯିବାରୁ ଜଣେ ୫ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଛି । ଆଇତଳଙ୍ଗ ଗ୍ରାମର ମଣ୍ଟୁ ଭୋଇଙ୍କ ୫ ବର୍ଷର ପୁଅ ଆଜି ସକାଳୁ ଘରେ ଖେଳୁଥିବା ସମୟରେ ତାଙ୍କ ମାଆ ଭାତ ରାନ୍ଧି ପେଜ ଗାଳି ଢାଳିବାକୁ ନେଉଥିବା ବେଳେ ଅଜାଣତରେ ଶିଶୁ ଜଣଙ୍କ ଦୌଡ଼ି ପେଜ କରେଇରେ ମାଡ଼ ହୋଇ ତଳେ ପଡ଼ି ଯାଇଥିଲେ । ତତଲା ପେଜ ଉପରେ ଢାଳି ହୋଇଯିବାରୁ ଶିଶୁପୁତ୍ରଟି ଗୁରୁତର ହୋଇଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର । ତେବେ ଶିଶୁପୁତ୍ରର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର  ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଇ ଥିଲେ । ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସୂଚନା ଅନୁସାରେ ପିଲାଟିର ଶରୀର ୪୦ ଶତକଡ଼ା ପୋଡ଼ି ଯିବା ସହିତ ପିଠି, କାନ୍ଧ, ପେଟ, ହାତ ସହ ଶରୀର ବିଭିନ୍ନ ସ୍ଥାନ ସିଝି ଯାଇଥିଲେ ।