ମହାନଦୀ ବିବାଦ: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି

ଭୁବନେଶ୍ଵର: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ଆଜିର ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏନେଇ ସୂଚନା ଦେଇଛନ୍ତି । ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ ତାରିଖରେ କମିଟି ଛତିଶଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଗସ୍ତ ପୂର୍ବରୁ ଜାନୁଆରୀ ୨୩ ତାରିଖରେ ଏକ ସର୍ବଦଳୀୟ ବୈଠକ ବସିବ ।

ନିଷ୍କର୍ସ ଆଧାରରେ ଛତିଶଗଡ଼ରେ ସରକାର ପକ୍ଷ ରଖିବେ । ଫେବ୍ରୁଆରୀ ୭ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ । ଛତିଶଗଡ ସରକାରଙ୍କ ସହ ଟ୍ରିବୁନାଲଙ୍କ ନିକଟରେ ପକ୍ଷ ରଖିବେ ଓଡ଼ିଶା ସରକାର । ୧୨ ମାର୍ଚ୍ଚ ୨୦୧୮ ରେ ଗଠନ ହୋଇଥିଲା ଟ୍ରିବ୍ୟୁନାଲ ଯାହାର ଅବଧି ୧୩ ମାର୍ଚ୍ଚରେ ସରିବ । ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କେଭି ସୂଚନା ଦେଇଛନ୍ତି ।