ଜଳପ୍ରପାତରେ ପର୍ୟ୍ୟଟକଙ୍କ ମୃତ୍ୟୁ । ସେଲ୍ଫି ଉଠାଉଥିବା ବେଳେ ପାଦଖସି, ଜଳପ୍ରପାତରେ ପଡ଼ି ଜୀବନ ଗଲା । ଆଉ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ତଳ ମିଟିଙ୍ଗ ଜଳପ୍ରପାତରେ । ମୃତକ ଜଣକ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ଗ୍ରାମପଞ୍ଚାୟତର ପାଇକପୁକି ଗାଁ ନିବାସୀ ବାବୁଲା ଖରା ବୋଲି ଜଣାପଡ଼ିଛି। ଏପଟେ ଖବର ପାଇ ଘଟଣା ସ୍ଥଳରେ ଲଷ୍ମୀପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା । ପରେ ମୃତଦେହକୁ ବ୍ୟବଛେଦ ପାଇଁ ଲଷ୍ମୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ସୂଚନା ମିଳିଛି। ତେବେ ଶବ ବ୍ୟବଛେଦ ପ୍ରକ୍ରିୟା ସମାପ୍ତ ହେବା ପରେ, ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି