ଉପାସରେ ଶ୍ରୀଲିଙ୍ଗରାଜ: ଏକାମ୍ର ବିଧାୟକ ବାବୁ ସିଂଙ୍କ କଡ଼ା ଚେତାବନୀ

ଭୂବନେଶ୍ଵର: ଶ୍ରୀଲିଙ୍ଗରାଜ ଉପାସରେ ରହିବା ପ୍ରସଙ୍ଗ । କଡ଼ା ଚେତାବନୀ ଦେଲେ ଏକାମ୍ର ବିଧାୟକ ବାବୁ ସିଂ । ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ । ବାବା ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ନଦେବାକୁ କଲେ ଅନୁରୋଧ । ସରକାର ଯଦି ଶୁଣିନାହାନ୍ତି ପୂଜା ପରେ ଆଲୋଚନା ହୋଇପାରିବ । ଯେଉଁମାନେ ନୀତିକାନ୍ତି ବନ୍ଦ କରିଛନ୍ତି ସେବା କରିବାକୁ ଯୋଗ୍ୟତା ନାହିଁ ।

ସେପଟେ ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦି । ଆଜି ବି ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ । ବାବା ଲିଙ୍ଗରାଜଙ୍କ ଘୃତକମଳ ହୋଇନି, ବନ୍ଦ ରହିବ ନୀତିକାନ୍ତି । ସ୍ୱତନ୍ତ୍ର ଆଇନ ନଆସିବା ଯାଏଁ ଏଭଳି ସମସ୍ୟା ଲାଗି ରହିବ । ୨୦୨୪ ଯାଏଁ ବଡୁ ସେବାୟତ ଘୃତକମଳ ନୀତି କରୁଥିଲେ । ହଠାତ ୨୦୨୫ରେ କାହିଁକି ପରିବର୍ତ୍ତନ ହେଲା ପ୍ରଶ୍ନ କଲା ବଡୁ ନିଯୋଗ । ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ । ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ଦେଖାଦେଇଛି ବିବାଦ । କାଲି ରାତିରୁ ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ ।