ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବାଲିକୁଦା ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟ ସମ୍ମୁଖରେ ୧୨୯ ତମ ମନ କି ବାତ ଓ ସାଂଗଠନିକ ପର୍ବ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ୫୫ ପଞ୍ଚାୟତର ହଜାର ହଜାର କର୍ମୀ ଯୋଗଦେବା ସହିତ ସହ ଜନସାଧାରଣ ଭାରତୀୟ ଜନତା ପାର୍ଟି କାର୍ଯ୍ୟକଳା ଅନୁପ୍ରାଣିତ ହୋଇ ସତ୍ୟ ସାରଥୀ ମହାନ୍ତି ଙ୍କ ନେତୃତ୍ବରେ ଯୋଗଦାନ କରିଛନ୍ତି।
ଶ୍ରୀ ମହାନ୍ତିଙ୍କ ଦୀର୍ଘ ଦିନର ରାଜନୀତିର କାର୍ଯ୍ୟକଳାପ ଉପରେ ସନ୍ତୁଷ୍ଟ ହୋଇ ତଥା ଆଜି ତାଙ୍କ ଜନ୍ମ ଦିନ ଅବସରରେ ଜନସାଧାରଣ ଓ କର୍ମୀ ମାନଙ୍କର ହଜାର ହଜାର ଶୁଭେଚ୍ଛା ସୁହ ଛୁଟିଥିଲା ତାଙ୍କ ଜନ୍ମଦିନରେ ଧର୍ମପତ୍ନୀ ଇସାନି ମହାନ୍ତି ଉଭୟ ହଜାର ହଜାର କର୍ମୀଙ୍କ ଆର୍ଶୀବାଦ ଗ୍ରହଣ କରିଥିଲେ। ପରେ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରଥମେ ଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜ୍ବଳନ ପରେ ସଭା ଆରମ୍ଭ ହୋଇଥିଲା ଏହି ସଭାରେ ଜଗତସିଂହପୁର ଜିଲ୍ଲାର ବିଜେପି ସଭାପତି ପ୍ରତାପ ମିଶ୍ର, ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ନିଲୁପ୍ତ ଜେନା, ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲାର ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ସୁବୋଧ ବାରିକ, ନାରୀ ନେତ୍ରୀ ଅମିତା ଦାସ, ନାରୀ ନେତ୍ରୀ ରାଜଶ୍ରୀ ପଟ୍ଟନାୟକ, ଯୋଗ ଦେଇଥିଲେ। ସଭା ଶେଷରେ କର୍ମୀମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।