ଭୁବନେଶ୍ଵରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌, କାଲି ଦିନ ସାଢ଼େ ୧୧ରେ ବାରବାଟୀରେ ଭାରତୀୟ ଦଳର ନେଟ୍‌ ପ୍ରାକ୍ଟିସ୍‌

ଭୁବନେଶ୍ଵର: କାଲି ଦିନ ସାଢ଼େ ୧୧ରେ ବାରବାଟୀରେ ଭାରତୀୟ ଦଳର ନେଟ୍‌ ପ୍ରାକ୍ଟିସ୍‌ । ଏନେଇ ସୂଚନା ଦେଲେ OCA ସଭାପତି ପଙ୍କଜ ଲୋଚନ ମହାନ୍ତି । ସନ୍ଧ୍ୟାରେ ଫ୍ଲଡ୍‌ ଲାଇଟ୍‌ରେ ଅଭ୍ୟାସ କରିବ ଦକ୍ଷିଣ ଆଫ୍ରିକା ଟିମ୍‌ । ନେଟ୍‌ ପ୍ରାକ୍ଟିସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ । ଆଜି ହାର୍ଦ୍ଦିକ ପାଣ୍ଡ୍ୟା ବାରବାଟୀ ଯାଇ ଅଭ୍ୟାସ କରିବେ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପୂରା ମ୍ୟାଚ୍‌ ଦେଖିବେ, ନିଶ୍ଚିତ କରିଛନ୍ତି ବୋଲି କହିଛନ୍ତି OCA ସଭାପତି ।

ସେପଟେ ବାରବାଟି ମ୍ୟାଚ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଯଶପ୍ରୀତ ବୁମରାଙ୍କ ସହ ୨ ଦଳର ଅନ୍ୟାନ୍ୟ ଖେଳାଳି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟରେ ହୋଟେଲ ମେ ଫେୟାରକୁ ନିଆଯାଇଛି । ଗତକାଲି ଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ପହଞ୍ଚି ସାରିଛନ୍ତି ।  ଦୁଇ ଟିମର ସମସ୍ତ ଖେଳାଳି ପହଞ୍ଚିବେ ।  ଖେଳାଳିଙ୍କୁ ପାରମ୍ପରୀକ ରୀତିରେ ସ୍ବାଗତ କରାଯିବ । ହୋଟେଲ ମେ ଫେୟାରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ହୋଟେଲ ମେ ଫେୟାର।