ବନ୍ଦେ ମାତରମ ୧୫୦ବର୍ଷ ଉତ୍ସବ ଓ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ

କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ତୁରୁମୁଙ୍ଗା ଠାରେ ବନ୍ଦେ ମାତରମ ୧୫୦ବର୍ଷ ପୂର୍ତ୍ତି ଉତ୍ସବ ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭରେ ସାମୁହିକ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରାଯାଇ ଥିଲା। କାର୍ଯ୍ୟକ୍ରମକୁ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ରାଜ୍ୟ ପରିଷଦ ସଦସ୍ୟ ସୋମ୍ୱାରୀ ମୁଣ୍ଡା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଭାରତକୁ କିପରି ବିଶ୍ଵଗୁରୁ କରିବା ସହିତ ସମସ୍ତେ ଆତ୍ମନିର୍ଭର ହୋଇ ପାରିବେ ଶୀର୍ଷକ ରହିଥିବା ବିଜେପିର ୭ଟି ମଣ୍ଡଳ ସଭାପତି ତଥା ଶତାଧିକ ବରିଷ୍ଠ ନେତା, କର୍ମୀମାନେ ଉପସ୍ଥିତ ଥିଲେ।