ବୌଦ୍ଧ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଥିବା କୁମ୍ଭାର ସମ୍ପ୍ରଦାୟର ପକ୍ଷରୁ ଆଜି ଧାର୍ମିକ ଉତ୍ସାହ ଓ ପାରମ୍ପରିକ ରୀତିନୀତି ଅନୁଯାଇ କୁରାଳ ପଞ୍ଚମୀ ପାଳନ ଅନୁଷ୍ଠିତ ହେଉଥିବା ବେଳେ ହରଭଙ୍ଗା ବ୍ଲକ ଘୋରଡ଼ା ଗ୍ରାମରେ ଉକ୍ତ ସମ୍ପ୍ରଦାୟ ପକ୍ଷରୁ ଧୂମଧାମରେ ମଧ୍ୟ ପାଳିତ ହୋଇଯାଇଛି । ସକାଳୁ କୁମ୍ଭକାରମାନେ ମହାନଦୀ ରୁ କଳସ ଶୋଭାଯାତ୍ରା ପରେ ନୂତନ ମାଟି, ଚକ ଓ ମାଟିର ସାମଗ୍ରୀକୁ ପବିତ୍ର କରି ପୂଜା କରିଥିଲେ। ବିଶେଷକରି ବିଶ୍ୱକର୍ମା, ମା ଧରିତ୍ରୀ ପୂଜା ଅର୍ଚନା କରିଥିଲେ! ପରମ୍ପରା ଅନୁଯାୟୀ ନୂତନମାଟି ରେ ତିଆରି ହୋଇଥିବା କୁରାଳ, , ଘଡ଼ା, ଅନନ୍ୟ ମାଟି ନିର୍ମିତ ପଦାର୍ଥକୁ ପୂଜା ଅର୍ଚନା କରିଥିଲେ! ପରେ ସମାଜ ପକ୍ଷରୁ ପ୍ରସାଦ ବଣ୍ଟନ, ସାମୂହିକ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା!