ବାଂଲାଦେଶୀ ଲିଙ୍କ୍‌ ଅଭିଯୋଗରେ ସିକନ୍ଦର ଆଲାମର ଭାଇ ମଧ୍ୟ ଗିରଫ

ଖୋର୍ଦ୍ଧା: ବାଂଲାଦେଶୀ ଲିଙ୍କ୍‌ ଅଭିଯୋଗରେ ସିକନ୍ଦର ଆଲାମର ଭାଇ ମଧ୍ୟ ଗିରଫ । ସିକନ୍ଦରର ଭାଇ ଅବଦୁଲକୁ ଖୋର୍ଦ୍ଧାରୁ ଗିରଫ କଲା ଜଗତସିଂହପୁର ପୋଲିସ । ସିକନ୍ଦରକୁ ଯାଜପୁରରୁ ଗିରଫ କରିଛି ଜଗତସିଂହପୁର ପୋଲିସ । ସିକନ୍ଦର ଆଲାମର ପୁଅ ଓ ଅନ୍ୟ ଜଣେ ସହଯୋଗୀ ଅଟକ ଥିବା ନେଇ ସୂଚନା ମିଳିଛି ।

ସେପଟେ ଅଭିଯୁକ୍ତ ସିକନ୍ଦରକୁ ଯାଜପୁରରୁ ଗିରଫ କରିଛି ଜଗତସିଂହପୁର ପୁଲିସ । ସିକନ୍ଦରକୁ ଗିରଫ ସହ ତା ପାଖରୁ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ସହ ପାସପୋର୍ଟ ଜବତ କରିଛି ପୁଲିସ । ସିକନ୍ଦରକୁ ଗିରଫ ପରେ ଅଜ୍ଞାତ ସ୍ଥାନକୁ ନେଇ ଯେରା କରୁଛି ପୁଲିସ । ସିକନ୍ଦରର ଜଗତ୍ସିଂହପୁର ସ୍ଥିତ ଘରେ ଚଢାଉ ପରେ ୭ ଦିନ ଧରି ସେ ଫେରାର ଥିଲା । ଜଗତସିଂହପୁର ଥାନା ଅଞ୍ଚଳ ବେହେରାମପୁର ବସ୍ତିରେ ଅନେକ ବାଂଲାଦେଶୀ ଙ୍କ ଘରେ ବୁଲଡୋଜର ଚଢାଇଛି ପୁଲିସ । ମୁଖ୍ୟ ଅଭିଯୁକ୍ତ ସିକନ୍ଦର ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ରହି ଅନେକ ବାଂଲାଦେଶୀଙ୍କୁ ଆଣିବାରେ ସାହାଯ୍ୟ କରିଥିଲା । ଆଜି ସିକନ୍ଦର ଗିରଫ ପରେ ଅନେକ ତଥ୍ୟ ସାମନାକୁ ଆସିବ ବୋଲି କୁହଯାଉଛି । ଘଟଣା ପରେ ଜଗତ୍ସିଂହପୁର ସମେତ କେନ୍ଦ୍ରାପଡ଼ା , ଭଦ୍ରକ , ଯାଜପୁର , ବାଲେଶ୍ବର ଜିଲାରେ ବାଂଲାଦେଶୀ ଯାଞ୍ଚ କରୁଛି ପୁଲିସ ।