ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା, ୨ ବନ୍ଧୁକର ହେବ ବାଲେଷ୍ଟିକ୍ ଟେଷ୍ଟ

Pitabas Panda Murder Case: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଜବତ ୨ ବନ୍ଧୁକର ହେବ ବାଲେଷ୍ଟିକ୍ ଟେଷ୍ଟ । ବାଲେଷ୍ଟିକ୍ ଟେଷ୍ଟ ପାଇଁ ଭୁବନେଶ୍ବର SFSLକୁ ଗଲା ବନ୍ଧୁକ । ଅଭିଯୁକ୍ତଙ୍କ ଠାରୁ ଜବତ ବନ୍ଧୁକକୁ କୋର୍ଟରେ ଦାଖଲ କରିଥିଲା ପୋଲିସ । କୋର୍ଟରେ ଦାଖଲ ପରେ ୨ ବନ୍ଧୁକକୁ ବାଲେଷ୍ଟିକ୍ ଟେଷ୍ଟ ପାଇଁ ପଠାଯାଇଛି ।

ଅନ୍ୟପଟେ ଉକ୍ତ ଘଟଣାରେ ଅଦାଲତ ଅବମାନନା ମାମଲାରୁ ବର୍ତ୍ତିଛନ୍ତି ବ୍ରହ୍ମପୁର ଏସପି । ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି । ଗତକାଲି ହାଇକୋର୍ଟରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି ବ୍ରହ୍ମପୁର ଏସପି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇଥିଲେ ବ୍ରହ୍ମପୁର ଏସପି । ଗତକାଲି ହାଇକୋର୍ଟରେ ବ୍ରହ୍ମପୁର ଏସପି ହାଜର ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି । ପୂର୍ବ ନିର୍ଦେଶ ମୁତାବକ ଗତକାଲି ବ୍ରହ୍ମପୁର ଏସପି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଗତ ଶୁକ୍ରବାର ଏସପି ନିଜର ଲିଖିତ ଜବାବ ହାଇକୋର୍ଟରେ ଦାଖଲ କରିଥିଲେ। ଯାହାକୁ ହାଇକୋର୍ଟ ଆଗ୍ରହ୍ୟ କରିବା ସହିତ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।