ପୀତବାସ ପଣ୍ଡା ହତ୍ୟା ଘଟଣା; ଅଭିଯୁକ୍ତ ପିଣ୍ଟୁଙ୍କ ପାଇଁ ପିଟିସନ୍‌

Pitabas Panda Muder Case: ପୀତବାସ ପଣ୍ଡା ହତ୍ୟା ଘଟଣାରେ ଅଭିଯୁକ୍ତ ପିଣ୍ଟୁଙ୍କ ପାଇଁ ପିଟିସନ୍‌ଦାଖଲ । ପୂର୍ବତନ ମେୟର ପିଣ୍ଟୁ ଦାସଙ୍କ ପାଇଁ SDJM କୋର୍ଟରେ ପିଟିସନ୍‌ । ଫୁଲବାଣୀ ଜେଲ୍‌ରେ ଥିବା ଅଭିଯୁକ୍ତ ପିଣ୍ଟୁଙ୍କ ପାଇଁ ପିଟିସନ୍‌ ଦାଖଲ । ବ୍ରାହ୍ମଣ ନୀତି ନିୟମ ଅନୁସାରେ କାନରେ ରିଙ୍ଗ୍‌ ଲଗାଇବାକୁ ଅନୁମତି ଦାବି । ପରିବାର ସହ VCରେ କଥାବାର୍ତ୍ତା କରିବାକୁ ଅନୁମତି ପାଇଁ ପିଟିସନରେ ଦାବି କରାଯାଇଛି । ପିଟିସନ୍‌ର ଶୁଣାଣି କୋର୍ଟରେ ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି ।

ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତରିତ କରାଯାଇଛି। କୋର୍ଟଙ୍କ ଅନୁମତି ପରେ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ବ୍ରହ୍ମପୁର ଜେଲରେ ସୁରକ୍ଷିତ ନଥିବା ଦର୍ଶାଇ ଥିଲେ ଜେଲର। ସେପଟେ ପୀତାବାସଙ୍କୁ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିବା ବେଳେ ଅଗ୍ରିମ ଭାବେ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା।