ବ୍ରହ୍ମପୁର: ପୀତବାସ ହତ୍ୟା ମାମଲାରେ ପତ୍ନୀଙ୍କ ପ୍ରେସମିଟ୍‌

ବ୍ରହ୍ମପୁର: ଆଇନଜିବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରେସମିଟ୍ କରି ବଡ଼ ଅଭିଯୋଗ କରିଛନ୍ତି ପୀତବାସଙ୍କ ପତ୍ନୀ । କେସ୍ ପ୍ରତ୍ୟାହାର ପାଇଁ ଧମକ ଆସୁଥିବା ନେଇ ଅଭିଯୋଗ କରିଛନ୍ତି ପତ୍ନୀ । ଅଜଣା ନମ୍ବରରୁ ପୁଅ ପାଖକୁ ୨ ଥର ଧମକପୂର୍ଣ୍ଣ କଲ୍ ଆସିଛି । ମାମଲା ପ୍ରତ୍ୟାହାର ନ କଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ବିକ୍ରମ ପଣ୍ଡାଙ୍କ ନାଁ ନେଇ ହତ୍ୟା ଧମକ ଦିଆଯାଉଛି । ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଧମକ ଦିଆଯାଉଛି । ଧମକପୂର୍ଣ୍ଣ ଫୋନ୍ କଲ୍‌କୁ ନେଇ ଆମେ ଭୟଭୀତ ଅଛୁ । ଆମ ଜୀବନ ପ୍ରତି ବିପଦ ଅଛି । ତେଣୁ ସୁରକ୍ଷା ଦିଆଯାଉ ବୋଲି କହିଛନ୍ତି ପୀତବାସ ପଣ୍ଡାଙ୍କ ପତ୍ନୀ । 

୨୭ ଓ ୨୮ ତାରିଖରେ ଏଭଳି ହତ୍ୟା ଧମକ ଆସିଛି। ଆମେ ଭୟରେ କାଳାତିପାତ କରୁଛୁ । ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ  ।   ମୋ ସ୍ବାମୀଙ୍କୁ ସେମାନେ ଯେମିତି ମାରିଥିଲେ, ସେମାନଙ୍କୁ ସେମିତିକା ଦଣ୍ଡ ମିଳୁ ।  ଆଜି ସାମ୍ବାଦିକ ସମ୍ମିଳନୀରେ ମୃତ ପୀତବାସ ପଣ୍ଡାଙ୍କ ପତ୍ନୀ ଏଭଳି କହିଛନ୍ତି   । 

ଅନ୍ୟପଟେ ଆଜି ପୀତବାସଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ।  ଗତ ସପ୍ତାହେ ତଳେ ପୀତବାସଙ୍କ ପୁଅକୁ ଅଜ୍ଞାତ ବ୍ୟକ୍ତି ଫୋନ୍‌  କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇଥିଲେ।  ଏହାପର ଠାରୁ ପରିବାର ଲୋକେ ଭୟଭୀତ ଅବସ୍ଥା‌ରେ ରହିଛନ୍ତି । ଏ ସଂକ୍ରାନ୍ତରେ ବୈଦ୍ୟନାଥପୁର ଥାନା ଆଇଆଇସି ଓ ଏସ୍‌ଡିପିଓଙ୍କୁ ଲିଖିତ ଭାବେ ଜଣାଇଛୁ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି ।