ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଦିଅ ପାଚେରୀ

ନୂଆଦିଲ୍ଲୀ: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସ୍‌ଷ୍ଟାଣ୍ଡରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ । ବୁଲା କୁକୁରଙ୍କୁ ହଟାଇ ଆଶ୍ରୟସ୍ଥଳକୁ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମାମଲାର ଶୁଣାଣି କରି ୩ ଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ । ସେହିପରି NH ଓ ଏକ୍ସପ୍ରେସ୍‌ୱେରୁ ମଧ୍ୟ ଗୋରୁଙ୍କୁ ହଟାବାକୁ NHAIକୁ ନିର୍ଦ୍ଦେଶ । 

ତେବେ ତୁରନ୍ତ ରାସ୍ତା, ଜାତୀୟ ରାଜପଥରୁ ବୁଲା ପଶୁଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ କୁକୁର ସହ ଗାଈ-ଗୋରୁଙ୍କୁ ସାମିଲ କରାଯିବ । ଏହି ପ୍ରକ୍ରିୟାର ଚୂଡାନ୍ତ ରୂପ ଦେବା ପାଇଁ ସମସ୍ତ ମୁଖ୍ୟ ଶାସନ ସଚିବ ଦାୟୀ ରହିବେ । ନଚେତ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡିବ । ରାଜ୍ୟ ସରକାରଙ୍କୁ ସରକାରୀ ପ୍ରତିଷ୍ଠାନ ଚାରିପାଖେ ବାଡ ବା ପାଚେରୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯାହାଦ୍ୱାରା ବୁଲା ପଶୁ ସରକାରୀ ପ୍ରତିଷ୍ଠାନକୁ ଆସିପାରିବେ ନାହିଁ । ଏହି ନିର୍ଦ୍ଦେଶ ଦେଶର ସମସ୍ତ ଜିଲ୍ଲା ହସ୍ପିଟାଲ, ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ରେଳ ଷ୍ଟେସନରେ ଲାଗୁ ହେବ । ଯେଉଁ ଜାଗାରୁ ବୁଲା ପଶୁଙ୍କୁ ଧରାଯାଇଥିବ ସେଠାରେ ପୁନର୍ବାର ଛଡାଯିବ ନାହିଁ ।