ଭୁବନେଶ୍ଵର: ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି । ରାଜଧାନୀର ୨୦ଟି ବଡ଼ ହାଟରେ ଲାଗୁହେବ ଏସ୍ଓପି । ଏନେଇ ସୂଚନା ଦେଇଛନ୍ତି ବିଏମ୍ସି ମେୟର ସୁଲୋଚନା ଦାସ । BMC ଅଧିକରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ । ହାଟରେ ଏନ୍ଫୋର୍ସମେଣ୍ଟ କଡାକଡ଼ି ହେବ, ଜରିପାଲ ଟାଣି ପାରିବେନି ଦୋକାନୀ । ରାସ୍ତା ଉପରକୁ ମାଡ଼ି ଦୋକାନୀ ବ୍ୟବସାୟ କରି ପାରିବେନି ବୋଲି ସିଧାସଳଖ ନିର୍ଦ୍ଦେଶ ଦେଇଛି BMC ।
ସୂଚନା ଅନୁସାରେ, ଗତକାଲି ଭୁବନଶ୍ୱର ୟୁନିଟ-୧ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ଏଭଳି ପରକ୍ଷେପ ନେଇଛି ବିଏମସି । ନିଆଁରେ ୨୬ ଦୋକାନ ଓ ପ୍ରାୟ ୫ଟି ପରିବା ଗୋଦାମ ଜଳିଯାଇଥିବା ବେଳେ ଆଉ କିଛି ଦୋକାନ ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ତେବେ ପ୍ରାଥମିକ ଅନୁସନ୍ଧାନରୁ ସର୍ଟସର୍କିଟ୍ରୁ ନିଆଁ ଲାଗିଥିବା ନେଇ ଜଣଅପଡିଛି । ତେବେ ସୌଭାଗ୍ୟବଶତଃ ଏହି ଅଘଟଣରେ କୌଣସି ଦୋକାନୀ କିମ୍ବା ଗ୍ରାହକ ଆହତ ହୋଇନଥିଲେ ।