ସମସ୍ତଙ୍କ ସହମତିରେ ମତେ ପ୍ରାର୍ଥୀ କଲେ: ସ୍ନେହାଙ୍ଗିନୀ

ଭୁବନେଶ୍ଵର: ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । ମୁଁ ଓଡ଼ିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ, ବାହାରିଆ ନୁହେଁ । ମୁଁ ପ୍ରାର୍ଥୀ ବାଛିବା କମିଟିରେ ଥିଲି, ସମସ୍ତଙ୍କ ସହମତିରେ ମତେ ପ୍ରାର୍ଥୀ କଲେ ବୋଲି କହିଛନ୍ତି ସ୍ନେହାଙ୍ଗିନୀ ।

ତେବ ପ୍ରତିକ୍ରିୟା ଦେଇ ସ୍ନେହାଙ୍ଗିନୀ ଶ୍ରୀମୟୀ ମିଶ୍ର ଓ ଜୟ ଢୋଲକିଆଙ୍କୁ ସମାଲୋଚନା କରିଛନ୍ତି । ଜୟ ଢୋଲକିଆ ବାପାଙ୍କ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ମୁଣ୍ଡ ବିକ୍ରି କଲେ । ରାଜୁ ଭାଇ ଢୋଲକିଆଙ୍କ ସହିତ ଲୋକଙ୍କ ଇମୋସନ ଅଛି । କିନ୍ତୁ ଜୟ ଢୋଲକିଆଙ୍କୁ ଅନୁକମ୍ପା ଭୋଟ ମିଳିବନି ବୋଲି କହିଛନ୍ତି ସ୍ନେହାଙ୍ଗିନୀ । ଶ୍ରୀମୟୀ ନା ଜଣେ ନାମୀଦାମୀ ନେତ୍ରୀ ନା ସେ ୱାର୍ଡ ମେମ୍ବର ଜିତିଛନ୍ତି । କିଏ ଡିଲ୍‌ କଲା ବିଜେପି ସହ ସମସ୍ତେ ଜାଣିଛନ୍ତି । ବିଜେଡ଼ି କାହା ସହିତ ସାଲିସ୍ କରିନାହିଁ । ସେହିପରି କଂଗ୍ରେସ ସହ ଆଦିବାସୀ ନାହାନ୍ତି । ଲମ୍ବୋଦର ନିଆଲ ଦଳ ଛାଡ଼ିବା କୌଣସି ପ୍ରଭାବ ପକାଇବ ନାହିଁ । ଜିତିବା ହାରିବା ଅଲଗା କଥା କିନ୍ତୁ ଲଢ଼ିବି ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।