ଡେରାଡୁନ: ଉତ୍ତରାଖଣ୍ଡ ସ୍ଥିତ ଚାରିଧାମ ଯାତ୍ରାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ସହିତ ଚାରିଧାମର ଦ୍ୱାର ବନ୍ଦ ହେବା ନେଇ ତାରିଖର ଘୋଷଣା କରାଯାଇଛି । ଚାରିଧାମ ଯାତ୍ରା ପାଇଁ ଆସନ୍ତା ଏପ୍ରିଲ 30, 2025ରେ ଉଭୟ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀର କପାଟ ଖୋଲାଯାଇଥିଲା l ଏହାପରେ ମେ 2, 2025ରେ ଆରମ୍ଭ ହୋଇଥିଲା କେଦାରନାଥ ଯାତ୍ରା l ଶେଷରେ ମେ 4, 2025 ଖୋଲିଥିଲା ବାବା ବଦ୍ରୀନାଥଙ୍କ କପାଟ l
ଖବର ମୁତାବକ, ଦ୍ୱାର ବନ୍ଦ ହେବାର ତାରିଖ ଘୋଷଣା କରିବା ପାଇଁ ପ୍ରଥମେ ରାଉଳ ଓ ଧର୍ମାଧିକାରୀ ପଞ୍ଚାଙ୍ଗ ଗଣନା କରିଥିଲେ l ଏହାପରେ ଦ୍ୱାର ବନ୍ଦ ହେବାର ଶୁଭ ମୁହୂର୍ତ୍ତ ଘୋଷଣା କରାଯାଇଥିଲା । ଶ୍ରୀ ଗଙ୍ଗୋତ୍ରୀ ଧାମର ଦ୍ୱାର ଅନ୍ନକୁଟ ଅବସରରେ 22 ଅକ୍ଟୋବର ସକାଳ 11.36 ମିନିଟରେ ବନ୍ଦ ହେବ । ଏହାପରେ ଶ୍ରୀକେଦାରନାଥ ଧାମର ଦ୍ୱାର ପରମ୍ପରାଗତ ଭାବରେ 23 ଅକ୍ଟୋବର ସକାଳ 8.30 ମିନିଟରେ ଭାଇଦୁଜ ପାର୍ବ ଅବସରରେ ବନ୍ଦ ହେବ । ସେହିଦିନ ଯମୁନୋତ୍ରୀ ଧାମରା ଦ୍ୱାରା ମଧ୍ୟାହ୍ନ 12.30ମିନିଟରେ ବନ୍ଦ କରାଯିବ l ଭଗବାନ କେଦାରନାଥଙ୍କ ପଞ୍ଚମୁଖୀ ଉତ୍ସବମୂର୍ତ୍ତି ଶୀତକାଳୀନ ପ୍ରବାସ ଶ୍ରୀ ଓଁକାରେଶ୍ୱର ମନ୍ଦିର ଉଖୀମଠରେ ପହଞ୍ଚିବ । ସେହିପରି 18 ନଭେମ୍ବର ବ୍ରହ୍ମ ମୁହୂର୍ତ୍ତରେ ଦ୍ଵିତୀୟ କେଦାର ମଦମହେଶ୍ୱରର କପାଟ ବନ୍ଦ କରାଯିବ l କିନ୍ତୁ ଏହା ପୂର୍ବରୁ ଅର୍ଥାତ 6 ନଭେମ୍ବର ବ୍ରହ୍ମ ମୁହୂର୍ତ୍ତରେ ତୃତୀୟ କେଦାର ତୁଙ୍ଗନାଥ କପାଟ ବନ୍ଦ କରାଯିବ l ସବୁଠୁ ଶେଷରେ ଅର୍ଥାତ ଆସନ୍ତା 25 ନଭେମ୍ବର ଦ୍ବିପହ 2.56 ମିନିଟରେ ବଦ୍ରୀନାଥ ଧାମ ର କପାଟ ବନ୍ଦ କରାଯିବ l