ଭୂବନେଶ୍ଵର: ଓଡିଶା ପୋଲିସ କେଳେଙ୍କାରୀ ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇବ୍ରାଞ୍ଚ । ବାରଙ୍ଗ ବିଦ୍ୟାଧରପୁରର ବିଶ୍ବରଞ୍ଜନ ବେହେରା ନାମକ ଅଭିଯୁକ୍ତ ଗିରଫ । SI ଚାକିରି କେଳେଙ୍କାରୀରେ ବିଶ୍ବରଞ୍ଜନର ସକ୍ରିୟ ଭୂମିକା ଥିବା ନେଇ ସୁରାକ୍ ପାଇଥିଲା କ୍ରାଇମବ୍ରାଞ୍ଚ । ସିଣ୍ଡିକେଟ୍ ମୁଖ୍ୟଙ୍କ ନିର୍ଦ୍ଦେଶରେ ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା ବିଶ୍ୱରଞ୍ଜନ । ଆଶାୟୀଙ୍କ ଠାରୁ ଅରିଜିନାଲ୍ ସାର୍ଟିଫିକେଟ୍, ବ୍ଲାଙ୍କ ଚେକ୍ ମଧ୍ୟ ନେଉଥିଲା । ପ୍ରଶ୍ନପତ୍ର ଯୋଗାଇବ କହି ଆଶାୟୀଙ୍କଠାରୁ ଡକ୍ୟୁମେଣ୍ଟ ନେଉଥିଲା । ଆଶାୟୀଙ୍କଠାରୁ ଡକ୍ୟୁମେଣ୍ଟ ନେଇ ସିଣ୍ଡିକେଟ୍ ମୁଖ୍ୟଙ୍କୁ ଦେଉଥିଲା । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିବା ବେଳେ ଆଜି ସକାଳୁ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।
ଅନ୍ୟପଟେ କେଳେଙ୍କାରୀ ମାମଲାରେ OPRBର ବସିଥିଲା ଗୁରୁତ୍ଵପୁର୍ଣ୍ଣ ବୈଠକ । ଜରୁରୀ ବୈଠକ ପରେ OPRB ଅଧ୍ୟକ୍ଷ ସୁଶାନ୍ତ ନାଥ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯାହା ଘଟଣା ଘଟିଛି, କ୍ରାଇମବ୍ରାଞ୍ଚକୁ ଲିଖିତ ଭାବେ ଜଣାଇଛୁ । ଏବେ କେବଳ ତଦନ୍ତ ରିପୋର୍ଟକୁ ଅପେକ୍ଷା, ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ସଠିକ୍ ସମୟରେ ସ୍ବଚ୍ଛ ଭାବେ ପରୀକ୍ଷା ହେବ ବୋଲି କହିଛନ୍ତି OPRB ଅଧ୍ୟକ୍ଷ । ସେପଟେ SI ପରୀକ୍ଷା କେଳେଙ୍କାରୀ ଘଟଣାରେ ରତ୍ନପ୍ରଭାଙ୍କୁ ଦିଆଯାଇଛି ତଦନ୍ତ ଦାୟିତ୍ବ । କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କୁ ମିଳିଛି ତଦନ୍ତ ଦାୟିତ୍ବ। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ SP ଅନୀଲ ବେଉରିଆଙ୍କୁ ମଧ୍ୟ ମିଳିଛି ବଡ ଦାୟିତ୍ବ ।