ଯୌନ ଉତ୍ପୀଡ଼ନ ମାମଲାରେ ଗିରଫ ହେଲେ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ

ନୂଆଦିଲ୍ଲୀ: ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥୀ ଗିରଫ । ଆଗ୍ରାରୁ ବିଳମ୍ବିତ ରାତିରେ ଗିରଫ କଲା ଦିଲ୍ଲୀ ପୋଲିସ । ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଜାଲିଆତି ଅଭିଯୋଗରେ ଗିରଫ । EWS ସ୍କଲାରସିପରେ PGDM କରାଇବାକୁ କହି ଶୋଷଣ କରୁଥିଲେ ଭଣ୍ଡ ବାବା ।

ପୁଲିସ ସୂଚନା ଅନୁଯାୟୀ ଆଶ୍ରମର ନିର୍ଦ୍ଦେଶକ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ୧୫ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଆଶ୍ରମର ନିର୍ଦ୍ଦେଶକଙ୍କ ଉପରେ ୧୭ଜଣ ଛାତ୍ରୀଙ୍କୁ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ହୋଇଛି ଯେ ୱାର୍ଡେନ ଛାତ୍ରୀମାନଙ୍କୁ ଅଭିଯୁକ୍ତଙ୍କ ସହ ପରିଚିତ କରାଇଥିଲେ। ଅଭିଯୋଗ ଆଧାରରେ, ପୋଲିସ ବସନ୍ତ କୁଞ୍ଜ ଉତ୍ତର ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ତାଙ୍କୁ ଖୋଜିବା ଆରମ୍ଭ କରିଛି। ତେବେ ଅଭିଯୋଗ ପରେ ଚୈତନ୍ୟାନନ୍ଦ ଫେରାର୍ ହୋଇଯାଇଥିଲେ । ଶେଷରେ ଗତକାଲି ଆଗ୍ରାରୁ ତାଙ୍କୁ ଗିରଫ କରିଛି ପୋଲିସ ।