ଚର୍ଚ୍ଚାରେ ଅକ୍ଷୟ ଓ ସୈଫଙ୍କ ଯୋଡି

ଅକ୍ଷୟ କୁମାର । ଦମଦାର ଅଭିନୟ ହେଉ କି କମେଡି, ସବୁବେଳେ ଅକ୍ଷୟ ଆଗରେ । ଆଗାମୀ ଦିନରେ ଅକ୍ଷୟଙ୍କ ଆଉ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି । ଯେଉଁଥିରେ ସେ୍ୖଫ ଅଲ୍ଲିଖାନ ମଧ୍ୟ ନଜର ଆସୁଛନ୍ତି । ଏହାସହ ଉଭୟଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା ରଖାଯାଇଛି ।

’ହେଓ୍ବାନ’ ଫିଲ୍ମର ଶୀର୍ଷକ ରହିଥିବାବେଳେ ପ୍ରିୟଦର୍ଶନଙ୍କ ଦ୍ବାରା ଏହା ନିର୍ଦ୍ଦେଶନା ଦିଆଯିବ । ତେବେ ଏହି ଫିଲ୍ମଟି ମାଲାୟଲମ ଫିଲ୍ମର ରିମେକ୍ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏହି ଫିଲ୍ମରେ ମୋହନଲାଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ୨୦୨୬ ମସିହାରେ ଏହି ଫିଲ୍ମଟି ରିଲିଜ ହେବାକୁ ଥିବା ବେଳେ ଏହା ବ୍ୟବସାୟୀକ ଦୃଷ୍ଟି କୋଣରୁ ଭଲ ରହିବ ବୋଲି ଆଶା କରାଯାଉଛି ।