ସାପ କାମୁଡ଼ିଦେଲା ବୋଲି, ସାପକୁ କାମୁଡ଼ିଲେ ବ୍ୟକ୍ତି

କଥାରେ ଅଛି ନିଶାରେ ଥିବା ମଣିଷ ପାଇଁ କିଛି ବି ଅସମ୍ଭବ ନୁହେଁ । କାରଣ ଯେତେ ସବୁ ଅଧବୁତ ଓ ଆଶ୍ଚର୍ଯ୍ୟ କରିଲା ଭଳି କାଣ୍ଡ ଏମାନେ ଘଟାଇଥାନ୍ତି । ଆଉ ଏବେ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସାପ କାମୁଡ଼ିଦେଲା ବୋଲି ଜଣେ ନିଶାସକ୍ତ ଅବସ୍ଥାରେ ଥିବା ବ୍ୟକ୍ତି, ରାଗିକି ସେହି ସାପକୁ ମଧ୍ୟ କାମୁଡ଼ି ଦେଇଛନ୍ତି  । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲିଟିଛି ।

ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଲୋକମାନେ କହିନ୍ତି ଯେ ସାପକୁ ମାରିବା ପରେ ଭେଙ୍କଟେଶ ନାମକ ବ୍ୟକ୍ତି  ତାକୁ ଘରକୁ ନେଇଗଲେ । ଏବଂ ତାକୁ ପାଖରେ ରଖି ଶୋଇଗଲେ । କିନ୍ତୁ ଶୋଇଥିବା ବେଳେ ମଧ୍ୟରାତ୍ରି ବେଳକୁ ଭେଙ୍କଟେଶଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବା ଆରମ୍ଭ ହେଲା । ଯାହାପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ଆଉ  ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହେଲା। ହେଲେ ଭେଙ୍କଟେଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବା ଯୋଗୁଁ, ଉନ୍ନତ ଚିକିତ୍ସା ପାଇଁ ତିରୁପତି ରୁଇଆ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।