ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଗିରଫ କଲା EOW

ଭୂବନେଶ୍ଵର: ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଗିରଫ କଲା EOW । କଟକ ରାଣୀହାଟ ମାଳିସାହିର ବିଜୟ ରାଉତଙ୍କ ଏତଲା ଆଧାରରେ ଗିରଫ । ରିୟଲ ଇଷ୍ଟେଟ୍‌ ବିଜନେସ୍‌ରେ ସାଢ଼େ ୭ କୋଟି ଫ୍ରଡ୍‌ ଅଭିଯୋଗରେ ଗିରଫ ହେଲେ ବିଜେଡି ନେତା । ଆଜି OPID କୋର୍ଟରେ ଦିଲ୍ଲୀପ ହାଜର କରିବ EOW ।

ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ ୭ କୋଟି ୪୨ ଲକ୍ଷ ଟଙ୍କା ଦିଲ୍ଲୀପଙ୍କୁ ଦେଇଥିଲେ । ଏହାପରେ ପୁଣିଥରେ ୨ କୋଟି ଟଙ୍କା ନେଇଥିଲେ ଦିଲ୍ଲୀପ । କିନ୍ତୁ ସମ୍ପୃକ୍ତ ଜମିକୁ ଦିଲ୍ଲୀପ ନିଜ ନାଁରେ କରିଥିଲେ । ବିଜୟ ରାଉତ ବାରମ୍ବାର ଟଙ୍କା ମାଗିବା ପରେ ଫେରାଇ ନଥିଲେ ଦିଲ୍ଲୀପ । ଏନେଇ ବିଜୟ ବାଦାମବାଡ଼ି ଥାନାରେ ମାମଲା ରୁଜୁ କରିଥିଲେ । ଏହି ଆଧାରରେ ଗତକାଲିଠାରୁ ଇଓଡବ୍ଲୁ ଅଧିକାରୀ ବିଜେଡି ନେତା ଦିଲ୍ଲୀପ ନାୟକଙ୍କ ଘରେ ଚଢାଉ କରିଥିଲେ। ଆଜି ଗିରଫ କରାଯାଇଛି ।